www.samajalive.in
Monday, December 8, 2025
14.1 C
Bhubaneswar

ନକଲି ୱେବସାଇଟ ଯୋଗେ ଠକେଇ: ୫ ଗିରଫ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୪୯ଟି ନକଲି ଆର୍ଥିକ ୱେବସାଇଟ ଯୋଗେ ଲୋକଙ୍କୁ ଠକିବା ମାମଲାରେ ବୁଧବାର ଆଲିଗଡ଼ ପୁଲିସ୍‍ ୫ ଜଣଙ୍କୁ ଗିରଫ କରିଛି।
ସେମାନଙ୍କ ନିକଟରୁ ୧.୦୯ ଲକ୍ଷ ନଗଦ ଟଙ୍କା, ୨ଟି ଲ୍ୟାପଟପ, ୧୬ଟି ମୋବାଇଲ ଫୋନ, ୭ଟି ସିମକାର୍ଡ, ୧୯ଟି ଏଟିଏମ କାର୍ଡ, ୧୪ଟି ପାସବୁକ, ୧୨ଟି ଚେକବୁକ, ୩ଟି ଆଧାରକାର୍ଡ, ୨ଟି ପାନକାର୍ଡ, ୩ଟି ଭୋଟରକାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଆଲିଗଡ଼ ଏସଏସପି ଆକାଶ କୁଲାଢି କହିଛନ୍ତି ଯେ ନକଲି ଆର୍ଥିକ ୱେବସାଇଟ ଯୋଗେ ଠକେଇ ହେଉଥିବାର ଅଭିଯୋଗ ଆସିଥିଲା। ଏଥିପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରାଯାଇଥିଲା। ଏସଆଇଟ ତଦନ୍ତ କ୍ରମରେ ୪୯ଟି ଆର୍ଥିକ ନକଲି ୱେବସାଇଟ ଚିହ୍ନଟ କରାଯାଇଛି ଓ ୫ ଜଣଙ୍କୁ ଗିରଫ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories