BJD Bijuli 480×75 Mob

୪୧ ରାଜ୍ୟସଭା ସାଂସଦ ଶପଥ ନେଲେ

BJD Bijuli 480×75 Mob
0

ନୂଆଦିଲ୍ଲୀ : ମଙ୍ଗଳବାର ରାଜ୍ୟସଭାର ୪୧ ଜଣ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭ୍‌ଡେକର, ଜଗତ ପ୍ରକାଶ ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟତମ। ମାର୍ଚ୍ଚ ୨୩ରେ ୧୫ଟି ରାଜ୍ୟର ୫୮ଟି ରାଜ୍ୟସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା। ଏହି ସାଂସଦଙ୍କ ମଧ୍ୟରୁ ୪୦ ଜଣ ଈଶ୍ୱରଙ୍କ ନାମରେ ଶପଥ ନେଇଥିବାବେଳେ ଜାଭ୍‌ଡେକର ଭାରତୀୟ ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ କରି ଶପଥ ନେଇଥିଲେ। ଶପଥ ନେବାପରେ ଏହି ସାଂସଦମାନେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କ ସହ କରମର୍ଦ୍ଦନ କରିଥିଲେ।

Leave A Reply