www.samajalive.in
Wednesday, December 10, 2025
18.1 C
Bhubaneswar

ଆଜି ରାତି ୯ଟାରୁ ଲାଗୁ ହେବ ୧୪ ଦିନିଆ ଲକଡ଼ାଉନ ନିୟମ

ଭୁବନେଶ୍ୱର : କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲା ଓ ଗୋଟିଏ ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକଡ଼ାଉନ ନିୟମ ଲାଗୁ ହେବ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସହ ବୃଦ୍ଧି ପାଉଥିବାରୁ ଏହି କଟକଣା ଲାଗୁ କରାଯାଇଛି।
ଲାଗୁ ହୋଇଥିବା ନିୟମ ଅନୁଯାୟୀ, ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ , କାର୍ଯ୍ୟାଳୟ, ଅନୁଷ୍ଠାନ ବନ୍ଦ ରହିବ।କ୍ଷୀର, ପରିବା, ତେଜରାତି ଦୋକାନ, ଆଦି ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ।
ଏହାସହ ଏହି ୪ଟି ଜିଲାରେ ସପ୍ତାହନ୍ତ ସଟଡ଼ାଉନ ନିୟମ ଲାଗୁ ହେବ ନାହିଁ। ମାତ୍ର ଅନ୍ୟ ସମସ୍ତ ଜିଲା ସପ୍ତାହାନ୍ତ ସଟଡ଼ାଉନ ଲାଗୁ ହେବ। ତେବେ କଟକ ଓ ଭୁବନେଶ୍ୱର ଭିତରକୁ ଜରୁରୀ କାରଣ ନଥିଲେ କୌଣସି ଗାଡ଼ି ଛଡ଼ାଯିବ ନାହିଁ। ଏହି ୧୪ ଦିନ ମଧ୍ୟରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ। ଯେଉଁମାନେ ଏହି କଟକଣାକୁ ଉଲ୍ଲଂଙ୍ଘନ କରିବେ ଆଇନ ଅନୁଯାୟୀ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories