ଶିନ୍ଦେଙ୍କ ଗୋଷ୍ଠୀରେ ମିଶିଲେ ଶିବସେନାର ୩ ହଜାର କର୍ମୀ
ନୂଆଦିଲ୍ଲୀ : ଶିବସେନାର ଦୁଇଗୋଷ୍ଠୀକୁ ନେଇ ବିବାଦ ଲାଗି ରହିଥିବାବେଳେ ରବିବାର ଶିବସେନାର ପ୍ରାୟ ୩୦୦୦ କର୍ମୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଉଦ୍ଧବ ଠାକରେଙ୍କ ନେତୃତ୍ବ ଶିବସେନା ଗୋଷ୍ଠୀ ସୋମବାର ଦଶହରା ଶୋଭାଯାତ୍ରା କରିବାକୁ ଯାଉଥିବାବେଳେ ତାଙ୍କ ପକ୍ଷର କର୍ମୀମାନେ ଶିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ମୁମ୍ବଇରେ ଦଶହରା ଶୋଭାଯାତ୍ରା ଆୟୋଜନ ନିମନ୍ତେ ବମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଅନୁମତି ଦେଇଛନ୍ତି। ହାଇକୋର୍ଟଙ୍କ ଅନୁମତି ଅନୁଯାୟୀ ଠାକରେଙ୍କ ଗୋଷ୍ଠୀ ଅକ୍ଟୋବର ୨ରୁ ୬ ତାରିଖ ମଧ୍ୟରେ ମୁମ୍ବଇରେ ଶୋଭାଯାତ୍ରା ଆୟୋଜନ କରିବ। ଗତ ଜୁନ୍ରେ ଶିବସେନା ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲା। ଏକନାଥଙ୍କ ନେତୃତ୍ବରେ ଦଳର ୩୯ ବିଧାୟକ ଶିବସେନାରୁ ଓହରି ଆସିଥିଲେ। ଫଳରେ କଂଗ୍ରେସ-ଶିବସେନା-ଏନସିପିକୁ ନେଇ ଗଠିତ ଏମ୍ଭିଏ ସରକାରର ପତନ ହୋଇଥିଲା। ଏକନାଥଙ୍କ ଗୋଷ୍ଠୀର ବିଧାୟକ ବିଜେପି ସମର୍ଥନରେ ନୂଆ ସରକାର ଗଠନ କରିଥିଲା। ଶିବସେନାର ବିଭାଜନ ପରେ ଦଳର କର୍ତ୍ତୃତ୍ବକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟ ଶିବସେନାର କର୍ତ୍ତୃତ୍ବ ସମ୍ପର୍କରେ ନିଷ୍ପତ୍ତି ନେବାଲାଗି ନିର୍ବାଚନ ଆୟୋଗଙ୍କୁ କ୍ଷମତା ପ୍ରଦାନ କରିଛନ୍ତି।
Comments are closed.