ଜୁଲାଇ ପହିଲାରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ
ଡେସ୍କ: ସରକାର କହିଛନ୍ତି ଯେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଚଳିତ ବର୍ଷ ଜୁଲାଇ ପହିଲାରୁ ଲାଗୁ ହେବ। ଏ ନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।
ଗତ ବର୍ଷ ଡିସେମ୍ବରରେ ସଂସଦରେ ଏହି ତିନୋଟି ବିଲ୍ ପାରିତ ହୋଇଥିଲା। ଏହି ଆଇନଗୁଡ଼ିକ ଭାରତୀୟ ଦଣ୍ଡବିଧି ସଂହିତା, ୧୮୬୦, ଦଣ୍ଡ ପ୍ରକ୍ରିୟା ସଂହିତା ୧୮୯୮ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୧୮୭୨ ପରିବର୍ତ୍ତେ ପ୍ରଚଳିତ ହେବ।
ସଂସଦୀୟ ନିର୍ବାଚନ ମଣ୍ଡଳୀର ଅନ୍ୟ ଜିଲ୍ଲାରେ ଅବସ୍ଥାପିତ ହେବେନାହିଁ ଅଧିକାରୀ
Comments are closed.