www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ- ଡାକ୍ତର ରୋଗୀ ନାକରୁ କାଢିଲେ ୧୫୦ ଜୀବିତ ପୋକ

ଫ୍ଲୋରିଡା – ବେଳେ ବେଳେ ମଣିଷ ଶରୀରରେ ବିଭିନ୍ନ କୀଟ ଏବଂ ପୋକ ବଂଶ ବୃଦ୍ଧି କରିଥାଆନ୍ତି । ଏମାନଙ୍କ ମଧ୍ୟରେ ଅନେକ ପରଜୀବୀ ଅଛନ୍ତି । କୃମି ମଧ୍ୟ ଏକ ପରଜୀବୀ । ମାତ୍ର ବେଳେ ବେଳେ ଅନେକ କୀଟ ଏବଂ ପୋକ ମଣିଷ ଶରୀରରେ ବାସ କରିବା ସହ ବଂଶ ବୃଦ୍ଧି କରିଥାଆନ୍ତି । ଶରୀରରେ ବିଭିନ୍ନ ପ୍ରକାରର ସଂକ୍ରମଣ କରିଥାଆନ୍ତି ।

ଆମେରିକାର ଫ୍ଲୋରିଡାରେ ଜଣେ ରୋଗୀଙ୍କ ନାକରୁ ଡାକ୍ତରମାନେ ୧୫୦ଟି ଜୀବିତ କୀଟ ବା ପୋକ ବାହର କରିଛନ୍ତି । ଏମାନେ ସେହି ବ୍ୟକ୍ତି ଶରୀରେରେ ରହିବା ସହ ତାଙ୍କର ରକ୍ତ ମାଂସ ଖାଇ ଜୀବିତ ଥିଲେ । ଆମେରିକାର ଫର୍ଷ୍ଟ କୋଷ୍ଟ ନ୍ୟୁଜରେ ପ୍ରକାଶିତ ଖବର ଅନୁଯାୟୀ ଫ୍ଲୋରିଡା ମେମୋରିଆଲ୍‌ ଡାକ୍ତରଖାନାରେ ଜଣେ ବ୍ୟକ୍ତି ନାକରେ ଯନ୍ତ୍ରଣା ଏବଂ ରକ୍ତ ବାହାରୁଥିବା କହି ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଆସିଥିଲେ । ଏଠାରେ ଇଏନ୍‌ଟି ବା କର୍ଣ୍ଣ ନାସା ଗଳା ବିଭାଗର ବିଶେଷଜ୍ଞ ଡକ୍ଚର ଡେଭିଡ୍‌ କର୍ଲସନ୍‌ ସେହି ବ୍ୟକ୍ତିଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ନାକର ଯାଞ୍ଚ କରୁଥିବା ବେଳେ ତା ଭିତରେ କୌଣସି ଜୀବିତ ବସ୍ତୁ ହଲୁଥିବା   ଦେଖିବା ପାଇଁ ପାଇଥିଲେ ।

- Advertisement -

ପରେ ଅଧିକ ଡାକ୍ତରୀ ଯାଞ୍ଚ ପରେ ତାଙ୍କ ନାକରେ କିଛି ପୋକ ହୋଇଯାଇଥିବା ପ୍ରମାଣିତ ହୋଇଥିଲା । ଏକ ସଂକ୍ରମଣ ବା ଇନ୍‌ଫେକସନ୍‌ ପରେ ତାଙ୍କ ନାକରେ ପୋକ ହୋଇଯାଇଥିଲେ । ସେହି ରୋଗୀଙ୍କର ମାଂସ ଖାଇ ପୋକ ଜୀବିତ ଥିଲେ । ବିଶେଷ କାରଣ ଯୋଗୁଁ ସେହି ରୋଗୀଙ୍କର ପରିଚୟ ଗୁପ୍ତ ରଖାଯାଇଛି । ନାକ ଫୁଲିବ ସହ ମୁହଁର କିଛି ଅଂଶ ଫୁଲି ଯାଇଥିଲା ।

ଏହାପରେ ସେହି ବ୍ୟକ୍ତିଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏଥିରେ ନାକ କଟାଯାଇ ୧୫୦ରୁ ଅଧିକ ଜୀବିତ ପୋକ ବାର କରାଯାଇଛି।

ଦେଖନ୍ତୁ ଭିଡିଓ

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories