ଜଣଙ୍କ ମୃତ୍ୟୁ ପାଇଁ ୨୯୨ କୁମ୍ଭୀରଙ୍କୁ ହତ୍ୟା

0

ଜାକର୍ତ୍ତା : କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁରେ ଉତ୍ତ୍ୟକ୍ତ ହୋଇ ଇଣ୍ଡୋନେସିଆର କିଛି ଲୋକ ୨୯୨ କୁମ୍ଭୀରଙ୍କୁ ସାମୂହିକ ହତ୍ୟା କରିଛନ୍ତି। ପଶ୍ଚିମ ପାପୁଆ ଅନ୍ତର୍ଗତ କୁମ୍ଭୀର ଅଭୟାରଣ୍ୟକୁ ସ୍ଥାନୀୟ ଜଣେ ବାସିନ୍ଦା ଶନିବାର ପରିବା ସଂଗ୍ରହ କରିବାକୁ ଯାଇଥିଲେ। କିଛି ସମୟ ପରେ ତାଙ୍କ ଆର୍ତ୍ତଚିତ୍କାର ସେଠାରେ ଉପସ୍ଥିତ ଅଭୟାରଣ୍ୟର ଜଣେ କର୍ମଚାରୀ ଶୁଣିବାକୁ ପାଇଥିଲେ। ଏକ କୁମ୍ଭୀର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ସେ ଘଟଣାସ୍ଥଳକୁ ଯାଇ ଦେଖିଥିଲେ। ଆକ୍ରମଣରେ ଗୁରୁତର ଆହତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଶତାଧିକ ଗ୍ରାମବାସୀ ଶବସତ୍କାର କରିବା ପରେ ଛୁରି ଏବଂ ଫାଉଡା ଭଳି ବିଭିନ୍ନ ସରଞ୍ଜାମ ନେଇ ଅଭୟାରଣ୍ୟକୁ ଯାଇଥିଲେ। ସେମାନେ ସେଠାରେ ଥିବା ସମସ୍ତ ୨୯୨ କୁମ୍ଭୀରଙ୍କୁ ହତ୍ୟା କରିଥିଲେ।

Leave A Reply