ବିଶ୍ବରେ ପ୍ରଥମ : ଦିନିକିଆରେ ଝୁଲଣଙ୍କ ୨୫୦ ୱିକେଟ

ହାମିଲଟନ  : ବରିଷ୍ଠ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଗୋଟିଏ ପରେ ଗୋଟିଏ ନୂଆ କୀର୍ତ୍ତିମାନ ସ୍ଥାପନ କରି ଚାଲିଛନ୍ତି। ଝୁଲଣ ବିଶ୍ବର ପ୍ରଥମ ମହିଳା ଦ୍ରୁତ ବୋଲର ଭାବେ ଦିନିକିଆ କ୍ରିକେଟରେ ୨୫୦ତମ ୱିକେଟ ହାସଲ କରିଛନ୍ତି। ସେ ବୁଧବାର ମାଉଣ୍ଟ ମାଙ୍ଗୁନୁଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାମି ବେମାଉଣ୍ଟଙ୍କୁ ଏଲବିଡବ୍ଳୁ ଆଉଟ୍‌ କରି ୨୫୦ ୱିକେଟ ପୂରଣ କରିଥିଲେ। ସେ ୧୯୯ଟି ମ୍ୟାଚରୁ ୨୫୦ଟି ୱିକେଟ ପୂରଣ କରିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର କାଥରୟନ ଫିଟ୍‌ପ୍ରାଟିକ୍‌ ୧୮୦ଟି, ୱେଷ୍ଟଇଣ୍ଡିଜ୍‌ର ଅନିସା ମହମ୍ମଦ ୧୮୦ ,ଦକ୍ଷିଣ ଆଫ୍ରିକାର ଶବନିମ୍‌ ଇସ୍‌ମାଇଲ ୧୬୮ ଓ ଇଂଲଣ୍ଡର କାଥରିନ ବ୍ରଣ୍ଟ ୧୬୪ଟି ୱିକେଟ ନେଇଛନ୍ତି। ଜୀବନର ୫ମ ଦିନିକିଆ କ୍ରିକେଟ ବିଶ୍ବକପ ଖେଳୁଥିବା ଝୁଲଣ ମହିଳା ଦିନିକିଆ କ୍ରିକେଟ ବିଶ୍ବକପ ଇତିହାସରେ ସର୍ବାଧିକ ୪୧ଟି ୱିକେଟ ହାସଲ କରିଛନ୍ତି।

Comments are closed.