mission shakti banner

ଦେଶ ଏକ ନିରୁପାୟ ସରକାର ଚାହେଁନି, ଦୃଢ଼ ସରକାର ଚାହେଁ – ପ୍ରଧାନମନ୍ତ୍ରୀ

BSKY banner  750×100
0

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ଲୋକମାନଙ୍କ ଆଶା ଓ ଆକାଂକ୍ଷାର ପୂରଣ ପାଇଁ ଉଦ୍ଦିଷ୍ଟ। ବିଜେପି କର୍ମୀମାନଙ୍କ ସହ ଭିଡିଓ କନଫରେନି୍ସଂ ମାଧ୍ୟମରେ ବାର୍ତ୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ନିର୍ବାଚନ ସମ୍ପର୍କରେ କହିଛନ୍ତି, ୨୦୧୪ ନିର୍ବାଚନ ଲୋକମାନଙ୍କ ଆବଶ୍ୟକତା ପୂରଣ ପାଇଁ ଉଦ୍ଧିଷ୍ଟ ଥିଲା କିନ୍ତୁ ଏବେ ଦେଶ ଓ ଲୋକମାନଙ୍କର ଆବଶ୍ୟକତାରେ ପରିବର୍ତ୍ତନ ଘଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଏକ ନିରୁପାୟ ସରକାର ଚାହେଁନି, ଏକ ଦୃଢ ସରକାର ଚାହେଁ। ସେ କହିଛନ୍ତି, ଆଗାମୀ ନିର୍ବାଚନ ବିଜେପିର ସଂସ୍କୃତି ଓ ଅନ୍ୟମାନଙ୍କ ମଧ୍ୟରେ ହେବ। କଂଗ୍ରେସକୁ କଡା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପିରେ ସମସ୍ତ ନିଷ୍ପତି ଗଣତାନ୍ତ୍ରିକ ଉପାୟରେ ଗ୍ରହଣ କରାଯାଏ କିନ୍ତୁ କଂଗ୍ରେସ ଓ ଅନ୍ୟ ଦଳ ଗୁଡିକ ବଂଶବାଦ ସର୍ବସ୍ବ ନିଷ୍ପତି ନେଇଥାନ୍ତି। ବିରୋଧୀ ଗଠବନ୍ଧନକୁ ପ୍ରଧାନମନ୍ତ୍ରୀ ମୋଦୀ ମହା ମିଲାଵଟ କହି ସମାଲୋଚନା କରିଛନ୍ତି।

Leave A Reply