www.samajalive.in
Sunday, December 7, 2025
26.1 C
Bhubaneswar

୨୦୧୯ ନିର୍ବାଚନ: ୭୦ ସେଲିବ୍ରିଟିଙ୍କୁ ଟିକଟ ଦେବ ବିଜେପି

ନୂଆଦିଲ୍ଲୀ : କେନ୍ଦ୍ରରେ ପୁନଃ କ୍ଷମତାଶୀନ ହେବା ନେଇ ଆବଶ୍ୟକ କୁହୁକ ନମ୍ବର ଯୋଗାଡ଼ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ନୂତନ ରଣକୌଶଳ ପ୍ରସ୍ତୁତ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ଦଳ ୭୦ ଜଣ ସେଲିବ୍ରିଟିଙ୍କୁ ଟିକଟ ପ୍ରଦାନ କରିବାକୁ ସ୍ଥିର କରିଛି। ଚଳଚ୍ଚିତ୍ର, କଳା ଓ ସଂସ୍କୃତି, କ୍ରୀଡ଼ା, ଗଣମାଧ୍ୟମ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠା ତଥା ଲୋକପ୍ରିୟତା ଲାଭ କରିଥିବା ବ୍ୟକ୍ତିଙ୍କୁ ଦଳ ପ୍ରାଥମିକତା ଦେବ। ଏ ନେଇ ବିଜେପି ତାଲିକାରେ କ୍ରିକେଟ୍‍ ଖେଳାଳୀ ବୀରେନ୍ଦ୍ର ସେହୱାଗ, ଅଭିନେତା ଅକ୍ଷର କୁମାର, ମୋହନଲାଲ, ମାଧୁରୀ ଦୀକ୍ଷିତ, ସନି ଦେଓଲଙ୍କ ଭଳି ବହୁପ୍ରମୁଖ ସେଲିବ୍ରିଟି ବିଜେପିର ପ୍ରସ୍ତାବିତ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଥିବା ଜଣାପଡିଛି। ଦଳର ବହୁ ସାଂସଦଙ୍କ ବିରୋଧରେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ବିରୋଧୀ ମନୋଭାବର ଲହର ଚାଲିଥିବା ଜାଣିବା ପରେ ବିଜେପିର ପ୍ରମୁଖ ନେତାମାନେ ସେମାନଙ୍କ ବିକଳ୍ପ ବାଛିବାକୁ ସ୍ଥିର କରିଥିବା ଜଣାପଡିଛି। ଫଳତଃ ଦଳର ବହୁ ପ୍ରମୁଖ ସାଂସଦଙ୍କ ଟିକଟ କଟିବା ଆଶଙ୍କା ସୃଷ୍ଟି ହୋଇଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅକ୍ଷୟ କୁମାର ନୂଆଦିଲ୍ଲୀରୁ, ସନ୍ନି ଦେଓଲ ଗୁରଦାସପୁରରୁ, ମାଧୁରୀ ମୁମ୍ବାଇରୁ ଏବଂ ମୋହନଲାଲ ଥିରୁଭାନନ୍ଥପୁରମ୍‍ରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସମ୍ବନ୍ଧରେ ବିଜେପି ନେତୃବୃନ୍ଦ ବିଚାରବିମର୍ଶ କରୁଛନ୍ତି। ଦିବଙ୍ଗତ ଅଭିନେତା ବିନୋଦ ଖାନ୍ନା ଗୁରୁଦାସପୁର ଲୋକସଭାରୁ ବିଜେପିର ସାଂସଦ ଥିଲେ। ତାଙ୍କ ପରଲୋକପରେ ସେଠାରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି କଂଗ୍ରେସଠାରୁ ପରାଜିତ ହୋଇଥିଲା। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ଅଧିକାଂଶ ବୃତ୍ତିଧାରୀ ଲୋକଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏପରିକି ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲୋକଙ୍କୁ ମଧ୍ୟ ସାମିଲ କରିବାକୁ ସେ ଜୋର ଦେଇଛନ୍ତି। ଏଥିନିମିତ୍ତ ସେ ୨୦୧୭ରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୫ ଜଣ ଲେଖାଏଁ ବୃତ୍ତିଧାରୀ ଲୋକଙ୍କ ନାମତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ନିଜର ଲୋକପ୍ରିୟତା ଦ୍ୱାରା ଏମାନେ ଦଳ ପାଇଁ ବିପୁଳ ଭୋଟ ଏକତ୍ର କରିବାରେ ସମର୍ଥ ହେବେ ବୋଲି ବିଜେପିର ପୁରୁଖା ନେତୃବୃନ୍ଦ ଆଶା ବାନ୍ଧିଛନ୍ତି। ବିଜେପି ପୂର୍ବରୁ କେବଳ ଚଳଚ୍ଚିତ୍ର ଜଗତର ଲୋକଙ୍କୁ ଦଳରେ ସ୍ଥାନ ଦେଇଥିଲା। ୨୦୧୪ରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ପକ୍ଷରୁ ପ୍ରଥମେ ସ୍ୱାସ୍ଥ୍ୟକ୍ଷେତ୍ରର କିଛି ଲୋକଙ୍କୁ ନିର୍ବାଚନରେ ସାମିଲ କରାଯାଇଥିଲା।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories