www.samajalive.in
Monday, December 15, 2025
24.1 C
Bhubaneswar

ବଜାରରେ କାହିଁକି ନାହିଁ ୨୦୦୦ ଟଙ୍କିଆ ନୋଟ୍‌; ଆରଟିଆଇ କଲା ଖୁଲାସା, ପଢ଼ନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ । ଏହି ତାରିଖ ବୋଧହୁଏ ସମସ୍ତଙ୍କ ମନେଥିବ । କାରଣ ଏହି ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା ।  ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ନିଷେଧ କରିଥିଲେ କେନ୍ଦ୍ର ସରକାର । ଆଉ ତା ପରେ ବଜାରକୁ ଆସିଥିଲା ନୂତନ ନୋଟ୍ ।

ଯେଉଁଥିରେ ଦେଖିବାକୁ ମିଳିଥିଲା ୨୦୦, ୫୦୦, ଓ ୨୦୦୦ ଟଙ୍କିଆ ନୋଟ୍‌ । ଏବଂ କିଛି ଦିନର ବ୍ୟବଧାନ ପରେ ବଜାରକୁ ଆସିଥିଲା ୧୦ଟଙ୍କିଆ କଏନ୍ । ହେଲେ ସବୁଠାରୁ ବଡ଼ କଥା ହେଉଛି ବଜାରକୁ ଆସିଥିବା ୨୦୦୦ ଟଙ୍କିଆ ନୋଟ୍ କେତେ ଛପା ଯାଇଥିଲା । ଆଉ ବର୍ତ୍ତମନ କାହିଁକି ବଜାରରେ ଏହି ନୋଟ୍‌ ଦେଖାଯାଉନାହିଁ । ଆସନ୍ତୁ ଜାଣିବାଟ୍ଟ

- Advertisement -

ମିଳିଥିବା ସୂଚନା ଅନୁସାରେ ଆରବିଆଇ ନୋଟ୍ ମୁଦ୍ରାନ୍ (ପି) ଲିମିଟେଡ୍ ୨୦୧୬-୧୭ ଆର୍ଥିକ ବର୍ଷରେ ସର୍ବାଧିକ ୨୦୦୦ ଟଙ୍କା ମୂଲ୍ୟର ୩,୫୪୨୯.୯୧କୋଟି ନୋଟ୍ ଛପାଯାଇଥିଲା । ପରେ, ୨୦୧୭-୧୮ରେ ୧୧୧୫.୦୭ କୋଟି ୨୦୦୦ ଟଙ୍କିଆ ନୋଟ୍ ମୁଦ୍ରିତ ହୋଇଥିଲା । ୨୦୧୮-୧୯ରେ ଏହା ଆହୁରି ହ୍ରାସ ପାଇ ୪୬୬.୯୦ କୋଟି ଟଙ୍କା ଛଫା ଯାଇଥିଲା । ହେଲେ ବର୍ତ୍ତମାନ ଆରଟିଆଇର ତଥ୍ୟ ଅନୁଯାୟୀ, ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷରେ କୌଣସି ୨୦୦୦ ଟଙ୍କିଆ ନୂଆ ନୋଟ୍ ଛପା ହୋଇନାହିଁ ।

ପରେ ପରେ ଏହି ନୋଟର ନକଲ ବଜାରରେ ଦେଖିବାକୁ ମିଳିଥିଲା । ପାଖାପାଖି ୯୦%ରୁ ଅଧିକ ନକଲି ନୋଟ୍ ସାମ୍ନାକୁ ଆସିଥିଲା । ଆରଟିଆଇ ପକ୍ଷରୁ ଏହାକୁ ନେଇ ବ୍ୟାଙ୍କଗୁଡ଼ିକୁ ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଥିଲା ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories