www.samajalive.in
Sunday, December 14, 2025
17.1 C
Bhubaneswar

ହିଜବୁଲ୍‍ ମୁଜାହିଦ୍ଦିନ୍‍ର ୨ ଆତଙ୍କବାଦୀ ଗିରଫ

ଡେସ୍କ: ଜମ୍ମୁ ଓ କାଶ୍ମୀରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ନିରାପତ୍ତା ବାହିନୀ। ଗିରଫ ହୋଇଥିବା ଦୁଇ ଜଣ ସନ୍ତ୍ରାସବାଦୀ ହିଜବୁଲ୍‍ ମୁଜାହିଦ୍ଦିନ୍‍ ଆତଙ୍କବାଦୀ ସଙ୍ଗଠନ ପାଇଁ କାମ କରୁଥିବା ଜଣାପଡିଛି। ସେମାନଙ୍କ ନିକଟରୁ କେତେକ ଆପତ୍ତିଜନକ କାଗଜପତ୍ର, ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି। ପୁଲିସ୍‍ ସୂଚନା ମୁତାବକ, ବାନ୍ଦିପୋରାରୁ ଶ୍ରୀନଗର ଆଡ଼କୁ କେତେକ ଆତଙ୍କବାଦୀ ଯାଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ରାଷ୍ଟ୍ରୀୟ ରାଇଫଲସ ବାହିନୀ ଏବଂ ସିଆରପିଏଫ୍‍ର ତୃତୀୟ ବାଟାଲିୟନ୍‍ ଉଲୁର ଭାଣ୍ଟେଜ୍‍ ଅର୍ଗନ୍‍ଠାରେ ଏକ ଯୁଗ୍ମ ଯାଞ୍ଚ୍‍ ଘାଟି ସ୍ଥାପନ କରିଥିଲା।

ପାଦଚଲା ଓ ଗାଡ଼ିରେ ଯାଉଥିବା ବ୍ୟକ୍ତିମାନଙ୍କୁ ଯାଞ୍ଚ୍‍ କଲାବେଳେ ଗୋଟିଏ କାରରେ ଯାଉଥିବା ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରାଯାଇଥିଲା। ସେହି ଦୁଇ ଜଣ ବ୍ୟକ୍ତି ସେମାନଙ୍କର ପରିଚୟ ଲୁଚାଇବାକୁ ଉଦ୍ୟମ କରିଥିଲେ। ପୁଲିସ୍‍ କହିଛି, ଅବିଦ୍‍ ଅଲ୍ଲି ଓ ଫୈଜଲ୍‍ ହାସାନ୍‍ ପାରେ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନେ ହରପୋରା ଅଚ୍ଛନ୍‍ ପୁଲ୍‍ୱାମା ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ଯାତ୍ରା କରୁଥିବା କାରକୁ ମଧ୍ୟ ଜବତ କରାଯାଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories