www.samajalive.in
Monday, December 15, 2025
26.1 C
Bhubaneswar

ସ୍ଥଳଭାଗ ଛୁଇଁବନି, ସମାନ୍ତରାଳ ଭାବେ ଗତି କରିବ ଘୂର୍ଣ୍ଣିଝଡ଼ ଅସାନି

ଡେସ୍କ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ଅସାନି’ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ସ୍ପର୍ଶ କରିବ ନାହିଁ। ଭାରତୀୟ ପାଣିପାଗ ବିଭାଗ ସଦ୍ୟ ଜାରି କରିଥିବା ସୂଚନାରେ କହିଛି ଯେ ଏହି ସାମୁଦ୍ରିକ ଝଡ଼ ଉପକୂଳବର୍ତ୍ତୀ ଅଞ୍ଚଳରେ ସମାନ୍ତରାଳ ଭାବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ସାମୁଦ୍ରିକ ଝଡ଼ ଅସାନି ଆଜି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ପରିଣତ ହେବ। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା ମଙ୍ଗଳବାରରୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।

ଓଡ଼ିଶାରେ ଏହି ଘୂର୍ଣ୍ଣିଝଡ଼ ସ୍ଥଳଭାଗ ଛୁଇଁବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ରାଜ୍ୟ ସରକାର କହିଛନ୍ତି, ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତିକୁ କମ୍‍ କରାଯିବ ନାହିଁ। ସାଢ଼େ ୭ ଲକ୍ଷ ଲୋକଙ୍କ ପାଇଁ ଅନେକ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖାଯାଇଛି ଓ ପ୍ରଶାସନ ସଜାଗ ରହିଛି ବୋଲି ରାଜ୍ୟ ସରକାର କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories