www.samajalive.in
Sunday, December 14, 2025
17.1 C
Bhubaneswar

ମାତୃ ଦିବସରେ ‘ଇଡ୍‌ଲୀ ଆମ୍ମା’ଙ୍କୁ ଖାସ୍‌ ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା; ଗୋଟିଏ ଟ୍ବିଟ୍‌ରୁ ଯୋଡ଼ି ହୋଇଥିଲା ସମ୍ପର୍କ

ନୂଆଦିଲ୍ଲୀ: ଆନନ୍ଦ ମହିନ୍ଦ୍ରା ଜଣେ ଉଦାରମନା ବ୍ୟକ୍ତି ବୋଲି ଅନେକ ଥର ତାଙ୍କ ଟ୍ବିଟର ଆକାଉଣ୍ଟରୁ ଜଣାପଡ଼ିଛି। କିନ୍ତୁ ଏଥର ମାତୃ ଦିବସ ଅବସରରେ ସେ ‘ଇଡ୍‌ଲୀ ଆମ୍ମା’ଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ସବୁଠୁ ଭଲ କଥା ହେଉଛି କେବଳ ଗୋଟିଏ ଟ୍ୱିଟରୁ ହିଁ ଇଡଲି ଆମ୍ମାଙ୍କ ସହ ତାଙ୍କର ଏହି ଗଭୀର ସମ୍ପର୍କ ଗଢି ଉଠିଥିଲା।

ଆନନ୍ଦ ମହିନ୍ଦ୍ରା ମାତୃ ଦିବସ ଅବସରରେ ଇଡ୍‌ଲୀ ଆମ୍ମାଙ୍କୁ ଏକ ଘର ଉପହାର ଦେଇଛନ୍ତି। ଏନେଇ ସେ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିବା ସହ ଲେଖିଛନ୍ତି, ‘‘ଆମ ଟିମ୍‌ ପ୍ରଶଂସାର ଯୋଗ୍ୟ, ଯିଏ ଠିକ୍ ସମୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରି ମାତୃ ଦିବସରେ ଇଡ୍‌ଲୀ ଆମ୍ମାକୁ ଉପହାର ଭାବେ ଦେଇଛନ୍ତି। ସେ ମାଆର ଗୁଣ ଯେପରିକି, ଲାଳନପାଳନ, ଯତ୍ନ ଓ ନିଃସ୍ବାର୍ଥପରତାର ଅବତାର। ତାଙ୍କୁ ଓ ତାଙ୍କ କାମକୁ ସମର୍ଥନ କରିବାର ସୌଭାଗ୍ୟ ପ୍ରାପ୍ତି ହୋଇଛି। ଆପଣ ସମସ୍ତଙ୍କୁ ମାତୃ ଦିବସର ଅଭିନନ୍ଦନ।’’

- Advertisement -


କିଏ ଏହି ‘ଇଡ୍‌ଲୀ ଆମ୍ମା’ ?

ଆଜି ଯାହାଙ୍କୁ ସମସ୍ତେ ‘ଇଡ୍‌ଲୀ ଆମ୍ମା’ ବୋଲି ଜାଣନ୍ତି, ସେ ହେଉଛନ୍ତି ତାମିଲନାଡ଼ୁର କୋୟମ୍ବଟୁର ଜିଲାରେ ବାସ କରୁଥିବା ଏମ୍‌. କମଲାଥଲ। ପ୍ରାୟ ୮୫ ବର୍ଷୀୟ କମଲାଥଲ ତାଙ୍କ ଅଞ୍ଚଳରେ କାମ କରୁଥିବା ପ୍ରବାସୀ ଶ୍ରମିକ ଓ ଅନ୍ୟ ଲୋକମାନଙ୍କୁ ମାତ୍ର ଏକ ଟଙ୍କାରେ ଇଡ୍‌ଲୀ ବିକ୍ରି କରିଥାଆନ୍ତି। ଗତ ୩ ବର୍ଷ ଧରି ସେ ଏହି କାମ କରୁଛନ୍ତି।

ଏହି ଟ୍ବିଟ୍‌ ଦ୍ବାରା ଯୋଡ଼ି ହୋଇଥିଲା ମହିନ୍ଦ୍ରା-ଆମ୍ମାଙ୍କ ସମ୍ପର୍କ:

ଆନନ୍ଦ ମହିନ୍ଦ୍ରା ୨୦୧୯ ସେପ୍ଟେମ୍ବର ୧୦ ତାରିଖରେ ‘ଇଡ୍‌ଲୀ ଆମ୍ମା’ଙ୍କ ଏକ ଭିଡିଓ ଶେୟାର କରିଥିଲେ। ସେତେବେଳେ ସେ ‘ଇଡ୍‌ଲୀ ଆମ୍ମା’ଙ୍କ ବ୍ୟବସାୟରେ ବିନିଯୋଗ କରିବା ଓ ତାଙ୍କୁ କାଠ ଚୁଲି ପରିବର୍ତ୍ତେ ଗ୍ୟାସ୍‌ ଚୁଲା ଯୋଗାଇଦେବାକୁ କହିଥିଲେ। ଯେତେବେଳେ ମହିନ୍ଦ୍ରାଙ୍କ ଟିମ୍ ‘ଇଡ୍‌ଲୀ ଆମ୍ମା’ଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ସେ ଏକ ନୂଆ ଘର ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଆନନ୍ଦ ମହିନ୍ଦ୍ରା ନିଜ ପ୍ରତିଶ୍ରୁତି ପୂରା କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories