www.samajalive.in
Sunday, December 14, 2025
19.1 C
Bhubaneswar

ଗଣମାଧ୍ୟମ ଓ ପ୍ରଶାସନର ସମନ୍ୱୟରେ ଜିଲ୍ଲାର ପ୍ରଗତି ସମ୍ଭବ: ବିଡିଓ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସମ୍ବାଦିକ ସଂଘର ସାଧାରଣ ବୈଠକ କାଲିମେଳାଠାରେ ରବିବାର ଅନୁଷ୍ଠିତ ହୋଇଯାଇଛିା ସାମ୍ବାଦିକ ସଂଘର କାଲିମେଳା ବ୍ଲକ ସମ୍ପାଦକ ଜୀବନକୃଷ୍ଣ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳାଇ, ତହସିଲଦାର ଦୁର୍ଗାପ୍ରସାଦ ଦୋରା, କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ଗଣମାଧ୍ୟମ ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ୱୟରେ ଜିଲ୍ଲାର ପ୍ରଗତି ସମ୍ଭବ ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକ କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିପରି ଦୃତଗତିରେ ଜଙ୍ଗଲ ଲୁପ୍ତ ହେବାରେ ଲାଗିଛି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଆଲୋଚନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଂଘର ସବାପତି ଦେବପ୍ରସାଦ ଦାସ ଉପସ୍ଥିତ ରହି ମଞ୍ଚ ପରିଚାଳନା କରିଥିବା ବେଲେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମେନ୍ଦ୍ର ପରିଛା, ଉପଦେଷ୍ଟା ଜିତେନ୍ଦ୍ର ବେଉରା, କୋଷାଧ୍ୟକ୍ଷ ଏ. ଇଶ୍ୱର ରାଓ, ମାଲକାନଗିରି ବ୍ଲକ ସମ୍ପାଦକ ଅସୀମ ବିଶ୍ୱାସ, ବରିଷ୍ଠ ସାମ୍ବାଦିକ ଦେବବ୍ରତ ସାନା, ଶିବ ପ୍ରସାଦ କିର୍ତନିଆ, ଦୁଃଶାସନ ମହାପାତ୍ର, ପ୍ରଶାନ୍ତ ବିହାରିଙ୍କ ସହ ଜିଲ୍ଲାସ୍ତରୀୟ ଓ କାଲିମେଳା ବ୍ଲକର ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲୋ

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories