କୁଆଖାଇରେ ବୁଡ଼ି ଦୁଇ ଛାତ୍ର ମୃତ

0

ଭୁବନେଶ୍ୱର: କୁଆଖାଇ ନଦୀରେ ଆସିଥିବା ପ୍ରଥମ ବର୍ଷା ଜଳରେ ଘଟିଛି ଚଳିତ ବର୍ଷର ପ୍ରଥମ ଅଘଟଣ। କୁଆଖାଇ ପୁଣି ଦୁଇ ଜଣଙ୍କ ମୁଣ୍ଡ ନେଇଛି। ଗାଧୋଇବାକୁ ଆସିଥିବା ୨ ହାଇସ୍କୁଲ୍‌ ଛାତ୍ରଙ୍କ ଶୋଚାନୀୟ ମୃତ୍ୟୁ ଘଟିଛି। ମୃତ ଛାତ୍ର ଦୁଇ ଜଣ ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଜଗମୋହନ ସାହୁ ଓ ସାଥିକ ଦିଗଲ ବୋଲି ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ  ଆଜି ସକାଳେ କୁଆଖାଇ ବ୍ରିଜ ନିକଟକୁ ୫ଜଣ ଛାତ୍ର ଗାଧୋଇବାକୁ ଆସିଥିଲେ। ଗାଧୋଉ ଥିବା ସମୟରେ ସେମାନେ ବୁଡିଯାଉଥିବା ଦେଖି ଜଣେ ନାଉରିଆ ପାଣିକୁ ଡେଇଁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ୩ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇପାରିଥିବା ବେଳେ ଅନ୍ୟ ୨ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ଏହାପରେ ସାଙ୍ଗେ ସାଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍କୁବା ଡାଇଭରମାନେ ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା। ଅକ୍ଲାନ୍ତ ପରିଶ୍ରମ ପରେ ପ୍ରଥମେ ଜଣେ ଛାତ୍ରଙ୍କୁ ମୂମୂର୍ଷୁ  ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ୟାପିଟାଲ ହସପିଟାଲରେ ​‌ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାର ପାଖାପାଖଆ ଅଧଘଣ୍ଟା ପରେ ଅନ୍ୟ ଛାତ୍ରଙ୍କୁ ମଧ୍ୟ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ତାଙ୍କୁ ମଧ୍ୟ ଡାକ୍ତରମାନେ ବଞ୍ଚାଇ ପାରି ନ ଥିଲେ। କୁଆଖାଇ ବ୍ରିଜ୍‌ ନିକଟରେ କୌଣସି ସତର୍କ ସୂଚନା ନଥିବାରୁ ବିଭିନ୍ନ ସମୟ​‌ରେ ଏଭଳି ଅଘଟଣ ଘଟି ନିରୀହ ଜୀବନ ଯାଉଛି। ଏଥିପ୍ରତି ସରକାର ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

 

Leave A Reply