ମଙ୍ଗଳପୁର: କଇଁ ଫୁଲ ତୋଳିବାକୁ ଯାଇ ଜୋରରେ ଭାସି ଯାଇ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳରେ। ସୂଚନା ଅନୁସାରେ, ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗାଁର କୁନି ଜେନାଙ୍କ ପୁଅ ବିଭୁତି ଜେନା(୧୪) ଓ ଉମା ଜେନାଙ୍କ ପୁଅ ଦିବ୍ୟରଞ୍ଜନ ଜେନା(୧୭) କଇଁ ଫୁଲ ତୋଳିବା ପାଇଁ ବୈତରଣୀ ନଦୀର କୁଟୁରିଆଠାରେ ଥିବା ଜୋରକୁ ଯାଇଥିଲେ। ଦୀର୍ଘ ସମୟ ଧରି ଦୁଇ ଭାଇ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟ ଖୋଜିବା ପରେ ଜୋରରେ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର ହୋଇ ଥିଲା। ତେବେ କଇଁଫୁଲ ତୋଳୁଥିବା ବେଳେ ସେମାନେ ବୁଡ଼ିଯାଇଥିଲେ ବୋଲି ଆଶଙ୍କା କରାଯାଉଛି।
Popular Categories



