www.samajalive.in
Sunday, December 7, 2025
23.1 C
Bhubaneswar

ଦୁର୍ଘଟଣାରେ ୨ ଆଇଆଇଟି ଛାତ୍ର ମୃତ, ଜଣେ ଗୁରୁତର

ଖଡ଼ଗପୁର : ଖଡ଼ଗପୁର ଆଇଆଇଟିଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଶନିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ୨ ଛାତ୍ର ଆଇଆଇଟି ଖଡ଼ଗପୁରରେ ଏମ୍‍ଟେକ୍‍ର ପଞ୍ଚମ ବର୍ଷର ଛାତ୍ର ଥିଲେ। ଏମ୍‍ଟେକ୍‍ର ଚତୁର୍ଥ ବର୍ଷର ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‍ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ କେଉଁଏକ ହୋଟେଲରୁ ରାତି ଭୋଜନ ସାରି ୩ ଜଣ ଯାକଁ ଛାତ୍ର ଏକ ବାଇକ୍‍ ଯୋଗେ ଏନ୍‍-୬୦ରେ କଲେଜକୁ ଫେରୁଥିଲେ। ତେବେ ବିଦ୍ୟାସାଗର ଇଣ୍ଟଷ୍ଟ୍ରିଆଲ ପାର୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ି ତାଙ୍କ ବାଇକ୍‍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଅଭିନବ ଅତ୍ରୀ (୨୮)ଙ୍କ ଏବଂ ହସ୍ପିଟାଲରେ ହରିୟାଣାର ହରଶିତ ଚହଲ (୨୮)ଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନର ଭବାନୀ ସିଂ (୨୭) ଗୁରୁତର ଆହତ ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories