ଦୁଇଟି ବସ୍‌ ଗୋଟିଏ ନମ୍ବର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଗୋଟିଏ ନମ୍ବରର ଦୁଇଟି ଯାତ୍ରୀବାହୀ ବସ ଚାଲୁଥିବା ଦେଖିବାକୁ ମିଳିଛି । ପରିବହନ ବିଭାଗକୁ ଆଖିରେ ଧୂଳି ଦେଉଛି ବସ ମାଲିକ । ରାୟଗଡାଠାରୁ କଲ୍ୟାଣସିଂହପୁର ଦେଇ ଅମ୍ବାଦଳା ଅଭିମୁଖେ ଯାଉଥିବା ତ୍ରିମୂର୍ତୀ ଘରୋଇ ବସ ନମ୍ବର ଓଆର ୧୮ ୮୬୪୯ ରହିଥିବା ବେଳେ ଉକ୍ତ ନମ୍ବରର ଅନ୍ୟ ଏକ ଯାତ୍ରୀବାହୀ ବସ ରହିଛି । ଉକ୍ତ ବସର ନାମ ହନୁମାନ ବା ମାଝିଗୌରୀ ଘୋରେଇ ଯାତ୍ରୀବାହୀ ବସଟି ରାୟଗଡାଠାରୁ କଲ୍ୟାଣସିଂହପୁର ଅଭିମୁଖେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି । ଏହିପରି ଗୋଟିଏ ନମ୍ବର ରହି ଦୁଇଟି ବସ ଚଳାଚଳ ଥିବାରୁ ପରିବହନ ବିଭାଗ ସବୁ ଜାଣି ନୀରବ ରହିଛି । ଏହି ଦୁଇଟି ବସ ଗୋଟିଏ ମାଲିକର ବୋଲି ଜଣାପଡୁଛି । ଏହିପରି ଦୁଇଟି ବସ ଚାଲୁଥିବାରୁ ପରିବହନ ଅଧିକାରୀଙ୍କ କିପରି ନଜରକୁ ଆସୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Comments are closed.