ଯୁକ୍ତଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ

0

ଭୁବନେଶ୍ୱର:  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  ଦ୍ୱାରା ଆୟୋଜିତ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ବୁଧବାରରେ ଆରମ୍ଭ ହୋଇଛି । ରାଜ୍ୟର ୫୬ଟି କେନ୍ଦ୍ରରେ ଏହି ଖାତା ଦେଖାଯାଉଛି । ଏଥିପାଇଁ ପ୍ରାୟ ୭ ହଜାର ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଖାତା ଦେଖାଯିବ । ଏହାପରେ ଏପ୍ରିଲ ୧୬ରୁ ଏପ୍ରିଲ ୨୬ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖାଯିବ ।

ପରିଷଦ ପକ୍ଷରୁ ଜାରି କରାଯାଇଥିବା ମର୍ଗ ଦର୍ଶିକା ଅନୁସାରେ ଖାତା ଦେଖା ସମୟରେ କେହି କେନ୍ଦ୍ର ମଧ୍ୟକୁ ମୋବାଇଲ୍‌ ଫୋନ୍‌ ନେଇ ପାରିବେନାହିଁ । କୌଣସି ଶିକ୍ଷକ ଖାତା ଦେଖିବା ପାଇଁ ଅନୁପସ୍ଥିତ  ରହିଲେ । କେନ୍ଦ୍ର  ନିରୀକ୍ଷକ ଆଉ ଜଣେ ଯୋଗ୍ୟ ଶିକ୍ଷକଙ୍କୁ ଖାତା ଦେଖିବା ପାଇଁ ନିୟୋଜିତ କରିପାରିବେ ।

Leave A Reply