କୋଣାର୍କ : ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଆ ଗ୍ରାମରେ ସୋମବାର ଜଣେ ନୃଶଂସ ସ୍ବାମୀ ଏକ ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀର ମୁଣ୍ଡ ଗଣ୍ଡି କାଟି ଅଲଗା କରିଦେଇଥିଛି। ମାରିଦେବାପରେ ସ୍ତ୍ରୀର କଟାମୁଣ୍ଡ ନେଇ ଥାନାରେ ନିଜକୁ ଆତ୍ମସମର୍ପଣ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନୃଶଂସ ସ୍ବାମୀ ଏଭଳି କରିଥିବା ଜଣାପଡିଛି। ଅଭିଯୁକ୍ତ ସ୍ବାମୀକୁ ଥାନାରେ ଅଟକ ରଖାଯାଇଛି।



