www.samajalive.in
Saturday, December 6, 2025
23.1 C
Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଅଗଷ୍ଟ ୫ ତାରିଖରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜନ ସହ ଆଧାର ଶିଳା ସ୍ଥାପନ କଲେ । ମଂତ୍ର ଉଚ୍ଚାରଣ ମଧ୍ୟରେ କାର୍ଯ୍ୟକ୍ରମ ଶେଷ ହେଲା । ଏଥି​‌ରେ ପ୍ରଧାନମନ୍ତ୍ରୀ ଯଜମାନ ଭାବରେ ଯୋଗ ଦେଇଥିଲେ ।  ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଆରଏସଏସ୍ ପ୍ରମୁଖ ମୋହନ ଭାଗବତ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଧାରଶିଳା ରଖିବା ପରେ ପୁରୋହିତ ତାଙ୍କୁ ମାଗିଥିଲେ ଦକ୍ଷିଣା । ପୁରୋହିତ କହିଥିଲେ କୌଣସି ବି ଯଜ୍ଞ ହେଉ, ସେଥିରେ ଦକ୍ଷିଣା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ହୋଇଥାଏ । ଆଜି ଦକ୍ଷିଣା ତ ଏ​‌ତେ ପରିମାଣରେ ଦିଆଯାଇଛି ତାହା ଅକଳ୍ପନୀୟ । ଆଜି କୋଟିକୋଟି ଆଶୀର୍ବାଦ ଦକ୍ଷିଣା ସ୍ବରୂପ ମିଳିଛି । ଭାରତ ତ ଆମର ଦେଶ, ଏହାକୁ ବାଦ ଦେଇ ଆମକୁ ଆଉ କିଛି ଦକ୍ଷିଣା ଦିଆଯାଉ । ଦେଶରେ କିଛି ସମସ୍ୟା ରହିଛି, ସେହି ସମସ୍ୟାକୁ ଦୂର କରିବାର ସଂକଳ୍ପତ ଆପଣ ନେଇଥିବେ । ଅଗଷ୍ଟ ୫ ତାରିଖ (ଭୂମିପୂଜନ) ସହ ଆଉ କିଛି ଯଦି ଯୋଡ଼ି ଦିଆଯାଏ ତେବେ ଭଗବାନ କୃପା କରିବେ ।

କରୋନା ସଂକଟ ଯୋଗୁଁ ଯଜମାନ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂଜା କରୁଥିବା ପୁରୋହିତଙ୍କ ମଧ୍ୟରେ ସାମାଜିକ ଦୂରତାକୁ ବେଶ୍ ଧ୍ୟାନରେ ରଖା ଯାଇଥିଲା । ସେହିପରି ଅନ୍ୟ ଅତିଥିମାନେ ମଧ୍ୟ ବ୍ୟବଧାନ ଜାରି ରଖିଥିଲେ । ଜନ୍ମଭୂମି ପରିସରରେ ପୂଜା ପୂର୍ବରୁ ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ଦର୍ଶନ କରିଥିଲେ ଓ ସାଷ୍ଟାଙ୍ଗ ପ୍ରଣିପାତ କରି ଆଶୀର୍ବାଦ ନେଇଥିଲେ ।  ସୂଚନାଯୋଗ୍ୟ ଯେ ଯେଉଁ ସ୍ଥାନରେ ରାମଲାଲାଙ୍କ ମୂର୍ତି ପୂର୍ବରୁ ରହିଥିଲା, ସେହି ସ୍ଥାନରେ ଭୂମି ପୂଜନ କରାଯାଇଥିଲା । ମୋଦୀ ଶିଳା ଉପରେ ଶିଳା ରଖି ମନ୍ଦିରର ଆଧାର ଶିଳା ରଖିଥିଲେ । ୧୭୫ ଜଣ ସାଧୁସନ୍ଥ ଏହି କାର୍ଯ୍ୟକ୍ରମର ସାକ୍ଷୀ ରହିଥିଲେ । କରୋନାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ଅବଲମ୍ବନ କରାଯାଇଥିଲା । 

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories