www.samajalive.in
Sunday, December 7, 2025
26.1 C
Bhubaneswar

ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ଼ : ଟିଟିଲାଗଡ ଥାନା ଅନ୍ତର୍ଗତ ଗୁଂଚିତରା ଗ୍ରାମ ନିକଟରେ ବୋଲେରୋ ଏବଂ ଦୁଇ ବାଇକ ଧକ୍କାରେ ଆହତ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ଅବହେଲା ନେଇ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ସୂଚନାରୁ ପ୍ରକାଶ ଯେ, ଗତ ସୋମବାର ଗୁଂଚିତରା ଗ୍ରାମ ନିକଟରେ ଏକ ବୋଲେରୋ ଏବଂ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୪ ଜଣ ଆହତ ହୋଇଥିବା ଜଣାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣ ବୁର୍ଲା ଏବଂ ବିଶାଖାପାଟଣାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଅନ୍ୟ ଜଣେ ଗୁରୁତର ଆହତ ଟିଟିଲାଗଡ ପୌରାଂଚଳ ଅନ୍ତର୍ଗତ ଟିଟିଡୁଙ୍ଗିର ପଡାର ରିଙ୍କୁ ପରିଡା (୩୫)ଙ୍କୁ ଦୁର୍ଘଟଣା ପରେ ପ୍ରଥମେ ଟିଟିଲାଗଡ ଏବଂ ସେଠାରୁ ବଲାଙ୍ଗିର ଭିମ ଭୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ବଲାଙ୍ଗିରରେ ଭର୍ତ୍ତି କରାଯାଇନଥିବା ବେଳେ ଡ୍ୟୁଟିରେ ଥିବା ଡାକ୍ତର ବୁର୍ଲା ସ୍ଥାନାନ୍ତର କରିଥିଲେ। ମଙ୍ଗଲବାର ରାତ୍ରି ୮ଟାରେ ବୁର୍ଲାରେ ଭର୍ତ୍ତି କରାଯାଇଥିବା ବେଳେ ରାତ୍ରି ୨ଟା ପର୍ଯ୍ୟନ୍ତ କେହି ଡାକ୍ତର ଚିକିତ୍ସା ପାଇଁ ନ ଆସିବାରୁ ନିଜେ ଆହତ ରିଙ୍କୁ ମୋତେ ବଲାଙ୍ଗିର ଫେରାଇନିଅ ବୋଲି କୁଆଡେ କହିଥିଲେ। ଏନେଇ ଫେରିବା ସମୟରେ ବାଟରେ ରିଙ୍କୁଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ବଲାଙ୍ଗିରରେ ନଅଟକି ସିଧାସଲଖ ଟିଟିଲାଗଡ ଚାଲିଆସି ବୁଧବାର ସକାଳୁ ପହଂଚିଥିଲେ। ଖବର ପାଇ ଟିଟିଲାଗଡ ଥାନା ଏସଆଇ ମନୋଜ ମୁଣ୍ଡା ପହଂଚି ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମୃତ ରିଙ୍କୁଙ୍କ ପରିବାରରେ ପତ୍ନୀ ତଥା ଦୁଇ ସନ୍ତାନ ଥିବା ବେଳେ ଅକାଳ ପରଲୋକ ବଜ୍ରାଘାତ ସଦୃଶ ହୋଇଛି। ପ୍ରଶାସନ ବୁର୍ଲା ଡାକ୍ତରଖାନାରେ ରିଙ୍କୁଙ୍କ ଚିକିତ୍ସାରେ ଅବହେଲା ସମ୍ବନ୍ଧରେ ତଦନ୍ତ ସହ ପରିବାରଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ଏନେଇ ଟିଟିଲାଗଡ ନଗର ବିଜେପି ସାଧାରଣ ସମ୍ପାଦକ କୁନା ଭାଟି ଦାବି କରିଛନ୍ତି। ଏନେଇ ପୁଲିସ ବୋଲେରୋ ତଥା ବାଇକ ଜବତ ସହ ଅଧିକ ତଦନ୍ତ ଜାରି ରଖିଥିବା ଏସଆଇ ଶ୍ରୀ ମୁଣ୍ଡା କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories