www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ଘଟଣାରେ ନାବାଳକର ମୃତ୍ୟୁ, ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଲା

ଗୁରୁଡ଼ିଝାଟିଆ: ୫୫ ନଂ ଜାତୀୟ ରାଜପଥର ରାଧାଦାମୋଦରପୁରଠାରେ ଦୁର୍ଘଟଣାରେ ଆରିୟାନ ପରିଡ଼ା ନାମକ ନାବାଳକ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବି, ତୁରନ୍ତ ଖୁଣ୍ଟୁଣୀ ଥାନାଠାରୁ ରାଧାଦାମୋଦରପୁର ଛକ ପର୍ୟ୍ୟନ୍ତ ଜାତୀୟ ରାଜପଥ ପାର୍ଶ୍ବରେ ସର୍ଭିସ ରୋଡ ନିର୍ମାଣ ଦାବି କରି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ।

ଘଟଣାସ୍ଥଳରେ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ପ୍ରମୁଖ ପହଞ୍ଚି ଧାରଣା ଦେଇଥିବା ଜନସାଧାରଣ ଓ ମୃତକଙ୍କ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ସର୍ଭିସରୋଡ ନିର୍ମାଣ ପାଇଁ ପଦକ୍ଷେପ ନେବା ନିମନ୍ତେ ପ୍ରଶାସନ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ବ୍ୟବସ୍ଥା ଗ୍ରହଣ କରିବେ। ମୃତଦେହ ସତ୍କାର ପାଇଁ ରେଡକ୍ରସରୁ ୩୦ହଜାର ଟଙ୍କା ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

- Advertisement -

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ଦହିବରା ବିକ୍ରି କରୁଥିବା ରାଧାଦାମୋଦରପୁର ଗ୍ରାମର ଅକ୍ଷୟ କୁମାର ପରିଡ଼ା ଦହିବରା ବିକ୍ରିକରି ସାରି ଏକ ଅଟୋରେ ନିଜ ନାବାଳକ ପୁତୁରାକୁ ବସାଇ ଘରକୁ ଫେରୁଥିବା ବେଳେ ରାଧା ଦାମୋଦରପୁର ଛକରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ପୁତୁରା ଆରିୟାନର ମୃତ୍ୟୁ ଘଟିଥିବା ବେଳେ ଦାଦା ଅକ୍ଷୟ ଗୁରୁତର ଆହତ ହୋଇଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories