www.samajalive.in
Saturday, December 6, 2025
14.1 C
Bhubaneswar

ଗୋପବନ୍ଧୁ ଚିକିତ୍ସାଳୟ ପାଚେରି ଭାଙ୍ଗିଲେ ହାତୀପଲ

ଗୁରୁଡ଼ିଝାଟିଆ: ଆଠଗଡ଼ର ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟର ପାଚେରି ଭାଙ୍ଗି ଦେଇଛନ୍ତି ହାତୀପଲ। ଚିକିତ୍ସାଳୟର ପୂର୍ବପାଶ୍ୱର୍ରେ ଥିବା ସୁଦୃଢ ପାଚେରିର ୨ଟି ସ୍ଥାନରେ ପ୍ରାୟ ୬୦ ଫୁଟ ଲମ୍ବର କାନ୍ଥକୁ ଭାଙ୍ଗି ଦେଇଛନ୍ତି ହାତୀ। ବାରମ୍ବାର ହାତୀପଲ ଚିକିତ୍ସାଳୟ ପରିସରରେ ପଶି ପାଚେରି ଭାଙ୍ଗିବା ସହ ମୂଲ୍ୟବାନ ଗଛକୁ ନଷ୍ଟ କରୁଛନ୍ତି। ହେଲେ ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧିକୁ ଅନୁଧ୍ୟାନ କରିବା ଓ ଲୋକମାନଙ୍କୁ ସଚେତନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଯାହା ଫଳରେ କି ଆଠଗଡ଼-ଖୁଣ୍ଟୁଣୀ ବନାଞ୍ଚଳରେ ଅନେକ ସମୟରେ ହାତୀ ହାବୁଡରେ ପଡ଼ି ମଣିଷ ମୃତ୍ୟୁ ମୁଖରେ ପଡୁଛି ।

ବନ ବିଭାଗ ଅଧିକାରୀ ନିଜେ ଅନେକ ସମୟରେ ହାତୀର ଗତିବିଧି ଅନୁଧ୍ୟାନ କରିବାକୁ ନ ଆସି ଠିକା କର୍ମଚାରୀଙ୍କ ହାତରେ ଦାୟିତ୍ୱ ନ୍ୟସ୍ତ କରୁଛନ୍ତି। ବର୍ଷର ବିଭିନ୍ନ ସମୟରେ ହାତୀପଲ ଚିକିତ୍ସାଳୟ ପରିସରରେ ପଶି ବ୍ୟାପକ କ୍ଷୟକ୍ଷତି କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ସହାୟତା ରାଶି ପ୍ରଦାନ କରିବା ତ ଦୂରକଥା ଅନୁଧ୍ୟାନ କରିବାକୁ ମଧ୍ୟ ଆସୁନାହାନ୍ତି। ହାତୀ ପାଚେରି ଭାଙ୍ଗି କ୍ଷୟକ୍ଷତି କରିବା ସଂପର୍କରେ ଆଠଗଡ଼ ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି କର୍ମଚାରୀ ଅନୁଧ୍ୟାନ କରିବାକୁ ଆସିନାହାନ୍ତି।

- Advertisement -

ସୂଚନାଯୋଗ୍ୟ, ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇଦେବା ସହ ଚିକିତ୍ସା ପାଠ୍ୟକ୍ରମ ମଧ୍ୟ ଏଠାରେ ପ୍ରଦାନ କରାଯାଉଛି। ରୋଗୀଙ୍କ ସହିତ ସେମାନଙ୍କ ସହାୟକ ଚିକିତ୍ସାଳୟରେ ରହୁଛନ୍ତି। ହେଲେ ବନ ବିଭାଗ ହାତୀର ଗତିବିଧି ସମ୍ପର୍କରେ ଆଗୁଆ ଠିକ୍ ତଥ୍ୟ ପ୍ରଦାନ କରୁ ନ ଥିବାରୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories