ଦୁଇ ବାଇକ ମଧ୍ୟରେ ଧକ୍କା ,୩ ଜଣ ଗୁରୁତର

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ସାଇରାମ ଢାବା ଆଗରେ ଆଜି ରାତିରେ ଦୁଇଟି ବାଇକ ମଧ୍ୟରେ ମୁହାଁ-ମୁହିଁ ଧକ୍କା ହେବା ଯୋଗୁଁ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗଡ଼ତରା ଗ୍ରାମର ୨ଜଣ ଯୁବକ ଏକ ବାଇକରେ ବାଘମାରିରୁ ଗଡ଼ତରା ନିଜ ଗ୍ରାମ ଅଭିମୁଖେ ଆସୁଥିବାବେଳେ ସମ୍ପୃକ୍ତ ସ୍ଥାନରେ ଏକ ଟ୍ୟାଙ୍କରକୁ ଅତିକ୍ରମ କରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହିତ ମୁହାଁ-ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଗଡ଼ତରା ଗ୍ରାମର ଚିତ ରଞ୍ଜନ ରଥ ଏବଂ ଚିତ ରଞ୍ଜନ ତ୍ରିପାଠୀ ନାମକ ୨ଜଣ ବ୍ୟକ୍ତି ଏବଂ ବିପରୀତ ଦିଗରୁ ଆସୁଥିବା ବେଗୁନିଆ ଥାନା ଅନ୍ତର୍ଗତ ଗବଡ଼ିହ ଗ୍ରାମର ଅର୍ଜୁନ ମହାରଣାଙ୍କ ବାଇକ  ସହିତ ଧକ୍କା ହୋଇଥିଲା । ଫଳରେ ୩ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବାବେଳେ ସେମାନଙ୍କୁ ଖୋର୍ଦ୍ଧା  ଡାକ୍ତରଖାନାକୁ ପଠାଯାଇଥିଲା । ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇଛନ୍ତି ।

Comments are closed.