ଡିଭାଇଡ଼ରରେ ପିଟି ହୋଇ ପ୍ରଧାନଶିକ୍ଷକ ଗୁରୁତର, ମାନବିକତା ଦେଖାଇଲେ ହାବିଲଦାର 

ଗୋପାଳପୁର :  ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଅପରାହ୍ନରେ  ଡିଭାଇଡ଼ରକୁ ପିଟି ହୋଇ ପ୍ରଧାନ ଶିକ୍ଷକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ପ୍ରଧାନ ଶିକ୍ଷକ ହେଲେ ଜଣଙ୍କ କେ. ଆର୍ଜିପଲ୍ଲୀ ଠାରେ ଥିବା ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷାଣୀ ନୁଆଗାଁ ନିବାସୀ ଶିବରାମ ବେହେରା ( ୫୫) ବୋଲି ଜଣାପଡିଛି । ଆହତ ହୋଇଥିବା ଶିବରାମ ଆଜି ଗୋପାଳପୁରରୁ ବ୍ରହ୍ମପୁରକୁ ନିଜ ମଟରସାଇକେଲ ଯୋଗ ଯାଉଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଡିଭାଇଡ଼ରକୁ  ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ମୁଣ୍ଡରେ ଆଘାତ ଲାଗିବା ସହ ରାସ୍ତା କଡ଼ରେ ରକ୍ତାକ୍ତ ହୋଇ ପଡିରହିଥିଲେ। ସେହି ସମୟରେ ସେହି ରାସ୍ତା ଦେଇ ଗୋପାଳପୁର ଥାନାର ହାବିଲଦାର ଅଜୟ କୁମାର ଶତପଥୀ ଯାଉଥିଲେ। ସଙ୍ଗେ ସଙ୍ଗେ ଆହାତ ଶିବକୁ ମେଡିକାଲ ନେବା ନିମନ୍ତେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଘଟିବାରୁ  କରାପଲ୍ଲୀ ଅଞ୍ଚଳରୁ ଏକ ଅଟୋ ଡକାଇ ବ୍ରହ୍ମପୁର ବଡ ମେଡିକାଲ ପଠାଇ  ମାନବିକତା ଦେଖାଇ ଆହତଙ୍କ ପରିବାରଙ୍କୁ ଖବର ଦେଇଥିଲେ । ଆହତ ଶିବଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ କଟକ ମେଡ଼ିକାଲ ନିଆ ଯାଇଥିବା ଜଣାପଡିଛି ।

Comments are closed.