ରାମମନ୍ଦିର ଭୂମିପୂଜନ ବେଳେ ଯଜମାନ ମୋଦୀଙ୍କୁ ପୁରୋହିତ ମାଗିଲେ ଦକ୍ଷିଣା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଅଗଷ୍ଟ ୫ ତାରିଖରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜନ ସହ ଆଧାର ଶିଳା ସ୍ଥାପନ କଲେ । ମଂତ୍ର ଉଚ୍ଚାରଣ ମଧ୍ୟରେ କାର୍ଯ୍ୟକ୍ରମ ଶେଷ ହେଲା । ଏଥିରେ ପ୍ରଧାନମନ୍ତ୍ରୀ ଯଜମାନ ଭାବରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଆରଏସଏସ୍ ପ୍ରମୁଖ ମୋହନ ଭାଗବତ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଧାରଶିଳା ରଖିବା ପରେ ପୁରୋହିତ ତାଙ୍କୁ ମାଗିଥିଲେ ଦକ୍ଷିଣା । ପୁରୋହିତ କହିଥିଲେ କୌଣସି ବି ଯଜ୍ଞ ହେଉ, ସେଥିରେ ଦକ୍ଷିଣା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ହୋଇଥାଏ । ଆଜି ଦକ୍ଷିଣା ତ ଏତେ ପରିମାଣରେ ଦିଆଯାଇଛି ତାହା ଅକଳ୍ପନୀୟ । ଆଜି କୋଟିକୋଟି ଆଶୀର୍ବାଦ ଦକ୍ଷିଣା ସ୍ବରୂପ ମିଳିଛି । ଭାରତ ତ ଆମର ଦେଶ, ଏହାକୁ ବାଦ ଦେଇ ଆମକୁ ଆଉ କିଛି ଦକ୍ଷିଣା ଦିଆଯାଉ । ଦେଶରେ କିଛି ସମସ୍ୟା ରହିଛି, ସେହି ସମସ୍ୟାକୁ ଦୂର କରିବାର ସଂକଳ୍ପତ ଆପଣ ନେଇଥିବେ । ଅଗଷ୍ଟ ୫ ତାରିଖ (ଭୂମିପୂଜନ) ସହ ଆଉ କିଛି ଯଦି ଯୋଡ଼ି ଦିଆଯାଏ ତେବେ ଭଗବାନ କୃପା କରିବେ ।
କରୋନା ସଂକଟ ଯୋଗୁଁ ଯଜମାନ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂଜା କରୁଥିବା ପୁରୋହିତଙ୍କ ମଧ୍ୟରେ ସାମାଜିକ ଦୂରତାକୁ ବେଶ୍ ଧ୍ୟାନରେ ରଖା ଯାଇଥିଲା । ସେହିପରି ଅନ୍ୟ ଅତିଥିମାନେ ମଧ୍ୟ ବ୍ୟବଧାନ ଜାରି ରଖିଥିଲେ । ଜନ୍ମଭୂମି ପରିସରରେ ପୂଜା ପୂର୍ବରୁ ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ଦର୍ଶନ କରିଥିଲେ ଓ ସାଷ୍ଟାଙ୍ଗ ପ୍ରଣିପାତ କରି ଆଶୀର୍ବାଦ ନେଇଥିଲେ । ସୂଚନାଯୋଗ୍ୟ ଯେ ଯେଉଁ ସ୍ଥାନରେ ରାମଲାଲାଙ୍କ ମୂର୍ତି ପୂର୍ବରୁ ରହିଥିଲା, ସେହି ସ୍ଥାନରେ ଭୂମି ପୂଜନ କରାଯାଇଥିଲା । ମୋଦୀ ଶିଳା ଉପରେ ଶିଳା ରଖି ମନ୍ଦିରର ଆଧାର ଶିଳା ରଖିଥିଲେ । ୧୭୫ ଜଣ ସାଧୁସନ୍ଥ ଏହି କାର୍ଯ୍ୟକ୍ରମର ସାକ୍ଷୀ ରହିଥିଲେ । କରୋନାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ଅବଲମ୍ବନ କରାଯାଇଥିଲା ।
Comments are closed.