www.samajalive.in
Sunday, December 7, 2025
23.1 C
Bhubaneswar

୧୮ ଆଇଏଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର

ଡେସ୍କ: ରାଜ୍ୟ ସରକାର ଆଜି (ବୁଧବାର) ଆଇଏଏସ ସ୍ଥରରେ ବଡ ଅଦଳବଦଳ କରିଛନ୍ତି। ସେହି ୧୮ ଜଣ ଆଇଏଏସ ଅଧିକାରୀଙ୍କୁ ସେମାନେ ପୂର୍ବରୁ ପାଇଥିବା ବିଭାଗ ସମେତ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାଣନ୍ତୁ କେଉଁ ଆଇଏଏସ ଅଧିକାରୀଙ୍କୁ କେଉଁ ବିଭାଗ ମିଳିଛି –

(୧) ସତ୍ୟବ୍ରତ ସାହୁ: ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ
(୨) ଦେଓ ରଞ୍ଜନ କୁମାର ସିଂହ: ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ
(୩) ସୁରେନ୍ଦ୍ର କୁମାର: ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ
(୪) ହେମନ୍ତ ଶର୍ମା: ଶକ୍ତି ବିଭାଗର ପ୍ରମୁଖ ସଚିବ
(୫) ବିଷ୍ଣୁପଦ ସେଠୀ: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ
(୬) ଉଷା ପାଢ଼ୀ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ
(୭) ବିଶାଲ ଗଗନ: ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର
(୮) ଏନ୍ ବିଏସ୍ ରାଜପୁତ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ
(୯) ଶାଳିନୀ ପଣ୍ଡିତ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ
(୧୦) ଆଶ୍ୱଥି ଏସ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ
(୧୧) ରୂପା ରୋଶନ ସାହୁ: ବ୍ରହ୍ମପୁର ଦକ୍ଷିଣ ଡିଭିଜନର ରାଜସ୍ୱ ବିଭାଗୀୟ କମିଶନର
(୧୨) ସଚିନ ରାମଚନ୍ଦ୍ର ଯାଦବ: ସମ୍ବଲପୁର ଉତ୍ତର ଡିଭିଜନର ରାଜସ୍ବ ବିଭାଗୀୟ କମିଶନର
(୧୩) ବଲୱନ୍ତ ସିଂହ: ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ
(୧୪) ଯାମିନୀ ଷଡ଼ଙ୍ଗୀ:ବାଣିଜ୍ୟକର ଓ ଜିଏସଟି କମିଶନର
(୧୫) ବି ପରମେଶ୍ୱରନ: କଟକ କେନ୍ଦ୍ରୀୟ ଡିଭିଜନର ରାଜସ୍ୱ ବିଭାଗୀୟ କମିଶନର
(୧୬) ଡ. ନୂନସବଥ ଥିରୁମାଳା ନାୟକ: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ
(୧୭) ସମର୍ଥ ବର୍ମା: ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ
(୧୮) ଅନନ୍ୟା ଦାସ: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories