www.samajalive.in
Wednesday, December 10, 2025
26.1 C
Bhubaneswar

ଗୋଳାପୋଲଠାରୁ ବଜାର ପର୍ଯ୍ୟନ୍ତ ସଂଯୋଗ ହେବ ରାସ୍ତା

ବାଙ୍ଗିରିପୋଷି: ବାଙ୍ଗିରିପୋଷି ବଜାର ନିକଟସ୍ଥ ଗୋଳାପୋଲଠାରୁ ବଜାର ପର୍ଯ୍ୟନ୍ତ ସଂଯୋଗ ହେବ ରାସ୍ତା। ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁଙ୍କ ପ୍ରଚେଷ୍ଟାରେ ଏହାର ଡିପିଆର ପ୍ରସ୍ତୁତ ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ତରଫରୁ ନିର୍ଦ୍ଦେଶ ଆସିଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ପୂର୍ବରୁ ଜମି ଅଧ‌ିଗ୍ରହଣ ହୋଇ ନ ଥିବାରୁ ବଡ ବଡ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିଲା। ଏନେଇ ବାରମ୍ୱାର ଅଭିଯୋଗ ହେବା ସହ ଅଞ୍ଚଳବାସୀଙ୍କ ତରଫରୁ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବିଧାୟିକା ଗତ ୨୩/୦୯/୨୦୨୫ରେ ପତ୍ର ମାଧ୍ୟମରେ ଦାବି ଜଣାଇବା ସହ ବ୍ୟକ୍ତିଗତ ଭାବେ ଅବଗତ କରାଇଥିଲେ। ତେବେ ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ତରଫରୁ ପତ୍ର ସଂଖ୍ୟା ଓଆର ୦୧୩୭୫୪ ମାଧ୍ୟମରେ ଏହି ରାସ୍ତା ସଂଯୋଗ ସହ ଅନ୍ୟ ଦାବି ମଧ୍ୟରେ ଚନ୍ଦନପୁର ଓ ଗୋଷଣିପାଳ ଛକ ନିକଟରେ ଡାଇଭର୍ସନ, ଏନଏଚ ୪୯ଠାରୁ ନୂତନ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆପ୍ରୋଚ ରାସ୍ତା ପାଇଁ ଡିପିଆର ପ୍ରସ୍ତୁତ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଧାୟିକା ସଞ୍ଜଲୀ ମୁର୍ମୁଙ୍କୁ ସୂଚନା ଦିଆଯାଇଛି। ଫଳରେ ବାଙ୍ଗିରିପୋଷି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories