www.samajalive.in
Friday, December 12, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ଏମିତି ବୋନସ କେବେ ପାଇ ନ ଥିବେ

ସମାଜ ଡିଜିଟାଲ ଡେସ୍କ: ଘରୋଇ କମ୍ପାନୀରେ ଚାକିରି କଲେ ଅଧିକାଂଶ କମ୍ପାନୀ କର୍ମଚାରୀମାନଙ୍କୁ ବର୍ଷକୁ ଅତିକମରେ ଥରେ ବୋନସ ଦେଇଥାଏ। ଅର୍ଥ ହେଉ କି ଉପହାର, ଏସବୁ ବୋନସ ଆକାରରେ ଦିଆଯାଏ। ତାହା ବି ପୁଣି ନିର୍ଦ୍ଦିଷ୍ଟ ପରିମାଣର। କିନ୍ତୁ ଏକ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ଯେପରି ବୋନସ ଦେଇଛି, ତାହା ବୋଧହୁଏ କେବେ କେହି ଦେଇ ନ ଥିବେ। ଏହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, କମ୍ପାନୀ ତାହାର ସମସ୍ତ କର୍ମଚାରୀମାନଙ୍କୁ ଧାଡ଼ିରେ ଛିଡ଼ା କରି ସେମାନଙ୍କ ଆଗରେ ଟଙ୍କା ଗଦା କରିଦେଉଛି। ଆଉ କୁହାଯାଉଛି ଯେଉଁ କର୍ମଚାରୀ ଯେତେ ଟଙ୍କା ଗଣିପାରିବେ ତାହା ସେମାନଙ୍କର ବୋନସ। ଗଦା ଗଦା ଟଙ୍କା ଭିତରୁ କର୍ମଚାରୀ ବି ଟଙ୍କା ଗଣି ନେଉଛନ୍ତି। ଏଥିରେ ଗୋଟିଏ ସର୍ତ୍ତ ଥିଲା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କର୍ମଚାରୀଙ୍କୁ ଟଙ୍କା ଗଣି ନେବାକୁ ହୋଇଥାଏ। ସମୟ ଲଟେରି ମାଧ୍ୟମରେ ଧାର୍ଯ୍ୟ ହୋଇଥାଏ। ଏହି କମ୍ପାନୀଟି ଚୀନର ବୋଲି ଜଣାପଡ଼ିଛି। କମ୍ପାନୀଟି ନିଜ କର୍ମଚାରୀଙ୍କୁ ପ୍ରାୟ ୧୦୦ ନିୟୁତ ୟୁଆନ ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୨୦ କୋଟି ଟଙ୍କା ବୋନସ ବାଣ୍ଟି ଦେଇଛି।

- Advertisement -

ଚୀନର ଏକ ନିୟମ ରହିଛି। ଏଠାରେ ଅଧିକାଂଶ କମ୍ପାନୀ ନୂଆବର୍ଷରେ ନିଜ କର୍ମଚାରୀଙ୍କୁ ବୋନସ ଦିଅନ୍ତି। ନୂଆ ନୂଆ ଉପାୟରେ କମ୍ପାନୀଗୁଡ଼ିକ କର୍ମଚାରୀଙ୍କୁ ବୋନସ ଦେଇ ଖୁସି କରାନ୍ତି।

 

View this post on Instagram

 

A post shared by Mothership (@mothershipsg)

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories