୧୭ ତେଲିଆ ବୋରେଇ ମାଛ ୧୭ ଲକ୍ଷରେ ବିକ୍ରି

ପାରାଦ୍ବୀପ : ପାରାଦ୍ୱୀପ ସମୁଦ୍ରରୁ ଧରାପଡ଼ିଥିବା ୧୭ଟି ବିରଳ ତେଲିଆ ବୋରେଇ ମାଛ ୧୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି I କଲିକତାର ଜଣେ ମାଛ ବ୍ୟବସାୟୀ ଏହି ମାଛକୁ ୧୭ ଲକ୍ଷ ଟଙ୍କାରେ ନିଲାମ ଧରିଛନ୍ତି। ମାଛଗୁଡିକୁ ବରଫ ଦିଆଯାଇ ରଖାଯାଇଛି। ଖୁବଶୀଘ୍ର ଏହା କଲିକତା ପଠାଯିବ ବୋଲି ବ୍ୟବସାୟୀ ଜଣକ କହିଛନ୍ତି I
ଏବେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସମୟ ଯୋଗୁଁ ସମୁଦ୍ରକୂଳଠାରୁ ୨୦ ଫାଦାନ ମଧ୍ୟରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି। ଏଣୁ ବୋଟଗୁଡିକ ଗଭୀର ସମୁଦ୍ରରେ ମାଛ ଧରୁଛନ୍ତି। ନେହେରୁ ବଙ୍ଗଳା ମାଛଧରା ବନ୍ଦରରୁ ଯାଇଥିବା ଏକ ବୋଟ ରବିବାର ମାଛ ଧରୁଥିବା ବେଳେ ଜାଲରେ ଏହି ବିରଳ ମାଛ ପଡିଥିଲା। ବିରଳ

ପ୍ରଜାତିର ମାଛ ପଡିବା ପରେ ରବିବାର ରାତିରେ ବୋଟଟି ଫେରି ଆସିଥିଲା। ବୋଟ ପାରାଦ୍ବୀପରେ ପହଞ୍ଚିବା ପରେ ମାଛଗୁଡିକୁ ନେହେରୁ ବଙ୍ଗଳାରୁ ଅଠରବାଙ୍କି ବାଲି ପ୍ଲଟ ଅଣାଯାଇ ନିଲାମ କରାଯାଇଥିଲ। କଲିକତାର ଜଣେ ମାଛ ବ୍ୟବସାୟୀ ୧୭ଟି ଯାକ ମାଛକୁ ୧୭ ଲକ୍ଷ ଟଙ୍କାରେ ନିଲାମ ଧରିଥିଲେ। ମାଛର ଅନ୍ତକୁ କାଢି ପ୍ୟାକିଂ କରାଯାଇ ଔଷଧ ପରୀକ୍ଷାଗାରକୁ ପଠାଯିବ। ମାଛକୁ କଲିକତା ବଜାରରେ ବିକ୍ରୟ କରାଯିବ ବୋଲି ବାଲିପ୍ଲଟର ମାଛ ବ୍ୟବସାୟୀ କହିଛନ୍ତି I

Comments are closed.