www.samajalive.in
Sunday, December 7, 2025
23.1 C
Bhubaneswar

ଭାରତରେ ରହିଛି ୧୨ଟି  ଜ୍ୟୋତିର୍ଲିଙ୍ଗ, ମହାଶିବରାତ୍ରୀ ଅବସରରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ କଲେ ମିଳିଥାଏ ଅନେକ ପୁଣ୍ୟ

ଆସନ୍ତାକାଲି ସୋମବାର। ଶିବଙ୍କ ପବିତ୍ର ବାର। ଏହାପରେ ମଙ୍ଗଳବାର ଅଛି ମହାଶିବରାତ୍ରୀ। ବିଶ୍ୱାସ ରହିଛି  ମହାଶିବରାତ୍ରୀ ଅବସରରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ କଲେ  ଅନେକ ପାପ କ୍ଷୟ ହୋଇଥାଏ ଓ ପୁଣ୍ୟ ମିଳିଥାଏ। ପ୍ରାତଃ ସମୟରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ନାମ ସ୍ମରଣ କଲେ ଦିନ ସୁରୁଖୁରରେ ଯାଇଥାଏ । ଭାରତରେ ୧୨ଟି  ଜ୍ୟୋତିର୍ଲିଙ୍ଗ ରହିଛି। ଏହାକୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କୁହାଯାଏ, ଯାହା ପୃଥିବୀର ପ୍ରଥମ ଜ୍ୟୋତିର୍ଲିଙ୍ଗ ଭାବେ ବି ଜଣାଶୁଣା।

ସୋମନାଥ ଜ୍ୟୋତିର୍ଲିଙ୍ଗ: ଏହା ଗୁଜୁରାଟରେ ଅବସ୍ଥିତ। ଖାଲି ଭାରତର ନୁହେଁ ଏହାକୁ ପୃଥିବୀର ପ୍ରଥମ ଜ୍ୟୋତିର୍ଲିିଙ୍ଗ ବୋଲି ମଧ୍ୟ କୁହାଯାଇଥାଏ।ଏଠାରେ ବହୁ ଭକ୍ତଙ୍କ ଜନସମାଗମ ହୋଇଥାଏ। ଏହାଙ୍କୁ ଦର୍ଶନ କଲେ ସାତ ଜନ୍ମର ପାପ କ୍ଷୟ ହୋଇଥାଏ। ଏହା ଚନ୍ଦ୍ରଙ୍କର ଦ୍ୱାରା ସ୍ଥାପିତ ହୋଇଛି ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।

- Advertisement -

ମଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ:ଏହା ଆନ୍ଧ୍ରପ୍ରଦେଶର କ୍ରିଷ୍ଣାନଦୀ ତଟରେ ଅବସ୍ଥିତ। ଏହା ପବିତ୍ର କୈଳାସ ପର୍ବତ ସଦୃଶ ପବିତ୍ର ବୋଲି ମାନ୍ୟତା ରହିଛି । ଏଠାକୁ ଆସି ପୂଜାର୍ଚ୍ଚନା କରୁଥିବା ଭକ୍ତ ମାନଙ୍କ ଜୀବନର ସମସ୍ତ ଦୁଃଖ ଦୁରେଇ ଯାଇଥାଏ।

ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ: ଏହା ମଧ୍ୟପ୍ରଦେଶର ଉଜୟିନୀ ଠାରେ ଅବସ୍ଥିତ। ଏହା ଏକ ମାତ୍ର ଜ୍ୟୋତିର୍ଲିଙ୍ଗ ଯାହା ଦକ୍ଷିଣମୁଖୀ ଅଟେ। ଏହାର ପ୍ରାତଃ ଆରତୀ ନିମନ୍ତେ ଏହା ପୃଥିବୀ ପ୍ରସିଦ୍ଧ ଅଟେ। ମାନ୍ୟତା ଅନୁଯାୟୀ ଏଠାରେ ପୂଜା କଲେ ଆୟୁ ବୃଦ୍ଧି ହୋଇଥାଏ।

ଓଁ କାରେଶ୍ୱର: ଏହା ମଧ୍ୟପ୍ରଦେଶର ଇନ୍ଦ୍ରୋରରେ ଅବସ୍ଥିତ। ଏହାର ନିକଟରେ ନର୍ମଦା ନଦୀ ପ୍ରବାହିତ ହେଉଛି। ଏଠାକାର ଲିଙ୍ଗ ଓଁକାର ଭଳି ହୋଇଥିବାରୁ ଏହାର ନାମ ଏପରି ହୋଇଛି

କାଶୀ ବିଶ୍ୱନାଥ: ଏହା ଉତ୍ତରପ୍ରଦେଶର କାଶୀରେ ଅବସ୍ଥିତ। କାଶୀ ଏକ ପବିତ୍ର ଧର୍ମସ୍ଥାନ ଅଟେ। ଏଠାକୁ ଆସି ବହୁ ଭକ୍ତ ପ୍ରଭୁଙ୍କୁ ପୂଜା କରି ମନୋସ୍କାମନା ପୂରଣ କରିଥାଆନ୍ତି

କେଦାରନାଥ: ଏହା ଉତ୍ତରାଖଣ୍ଡରେ ଅବସ୍ଥିତ। ଏଠାକୁ ମଧ୍ୟ ବହୁ ଭକ୍ତ ଆସି ଶ୍ରଦ୍ଧାର ସହ ମନୋକାମନା ପୂରଣ କରିଥାଆନ୍ତି।

ଭୀମାଶଙ୍କର: ଏହା ମହାରାଷ୍ଟ୍ରର ପୁନେ ରେ ଅବସ୍ଥିତ। ଏହା ମୋଟେଶ୍ୱର ମହାଦେବ ନାମରେ ମଧ୍ୟ ପ୍ରସିଦ୍ଧ। ସୂର୍ଯ୍ୟ ଉଦୟ ପରେ ଏଠରେ ଦର୍ଶନ କଲେ ସାତ ଜନ୍ମର ପାପ ଧୋଇ ହୋଇଥାଏ ବୋଲି କୁହାଯାଏ।

ତ୍ରୟମ୍ବକେଶ୍ୱର: ଏହା ମହାରାଷ୍ଟ୍ରର ନାସିକରେ ଅବସ୍ଥିତ। ଏହାର ନିକଟରେ ଗୋଦାବରୀ ନଦୀ ଓ ବ୍ରହ୍ମଗିରି ପର୍ବତ ରହିଛି। ଏଠାରେ ମଧ୍ୟ ବହୁ ଭକ୍ତଙ୍କ ଭିଡ଼ ଜମିଥାଏ।

ବୈଦ୍ୟନାଥ:  ଏହା ଝାଡ଼ଖଣ୍ଡର ଦେଓଗଡ଼ରେ ଅବସ୍ଥିତ। ଏହାକୁ ବୈଦ୍ୟନାଥ ଧାମ ବୋଲି ମଧ୍ୟ କୁହାଯାଇଥାଏ।

ନାଗେଶ୍ୱର : ଏହା ଗୁ୍‍ଜୁରାଟର ଦ୍ୱାରକାରେ ଅବସ୍ଥିତ। ପ୍ରଭୁ ମହେଶ୍ୱର ନାଗ ମାନଙ୍କର ଦେବତା ଥିବାରୁ ଏଠାକାର ଜ୍ୟୋତିର୍ଲିଙ୍ଗର ନାମ ଏପରି ହୋଇଛି।

ରାମେଶ୍ୱରମ: ଏହା ତାମିଲନାଡ଼ୁରେ ଅବସ୍ଥିତ। ୪ ଧାମରୁ ଏହା ଏକ ପ୍ରମୁଖ ଧାମ ଅଟେ।ଶାସ୍ତ୍ରରେ ରହିଥିବା ମାନ୍ୟତା ଅନୁଯାୟୀ ଏହି ଲିଙ୍ଗ ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ସ୍ଥାପିତ ହୋଇଥିବାରୁ ଏହାର ନାମ ରାମେଶ୍ୱରମ ହୋଇଛି।

ଘ୍ରିଷଣେଶ୍ୱର: ଏହା ମହାରାଷ୍ଟ୍ରର ଔରାଙ୍ଗବାଦସ୍ଥିତ ଏଲୋରା ଠାରେ ଅବସ୍ଥିତ। ଏହାକୁ ଆସି ପୂଜାର୍ଚ୍ଚନା କରିବା ଦ୍ୱାରା ଶାନ୍ତି, ଧନସମ୍ପତ୍ତି ସବୁ ପ୍ରାପ୍ତି ହୋଇଥାଏ।
ଏହି ସମସ୍ତ ସ୍ଥାନରେ ବର୍ଷକଯାକ ବହୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମେ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories