୧୧ପୁଲିସ କର୍ମଚାରୀ ନିଲମ୍ବିତ; ଗଞ୍ଜେଇ ମାଫିଆଙ୍କୁ ଛାଡିଦେବା ପଡିଲା ମହଙ୍ଗା

ସମାଜ ଡିଜିଟାଲ ଡେସ୍କ: ଗଞ୍ଜେଇ କାରବାରରେ ପୁଲିସ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଗଞ୍ଜେଇ ଜବତ କରିବା ପରେ ମାଫିଆଙ୍କୁ ଛାଡିଦେବା ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଜବତ ଗାଡି ଏବଂ ମାଫିଆଙ୍କୁ ଛାଡିଦେବା ଅଭିଯୋଗରେ ୧୧ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି କୋରାପୁଟ ଏସପି। ମାଛକୁଣ୍ଡ ଓ ଲମତାପୁଟ ଥାନାର ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି। ୩ପୁଲିସ ଅଧିକାରୀଙ୍କ ସମେତ ମୋଟ ୧୧ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ୩ ସବଇନସ୍ପେକ୍ଟର, ଜଣେ ହେଡ କନଷ୍ଟେବଳ ଏବଂ ୨ଯବାନ, ୨ସବଇନ୍ସପେକ୍ଟର, ୨ହୋମଗାର୍ଡ ନିଲମ୍ବିତ ହୋଇଛନ୍ତି।

Comments are closed.