www.samajalive.in
Tuesday, December 9, 2025
15.1 C
Bhubaneswar

ଦିଲ୍ଲୀରେ ଆଉ ଚାଲିବନି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ସୀମା ଟପିଥିବାରୁ ସଂପ୍ରତି ସେଠାରେ ସରକାର ପରିବେଶ ସୁଧାରିବାକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିପାଇଁ ଦିଲ୍ଲୀ ମହାନଗରରେ ୧୦ରୁ ପୁରୁଣା ଡିଜେଲ ଗାଡି ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡି ଚଳାଚଳକୁ ଆଉ ଅନୁମତି ମିଳିବ ନାହିଁ। ଯଦି ଏହାର ମାଲିକମାନେ ସେହିସବୁ ଗାଡି ପୂର୍ବଭଳି ଚଳାଇବାକୁ ଚାହାନ୍ତି ତେବେ ସେମାନେ ଉକ୍ତ ଗାଡିକୁ ବିଦ୍ୟୁତ ଚାଳିତ କରିବାକୁ ହେବ। ଏ ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି।

ଜାତୀୟ ଗ୍ରୀନ ଟ୍ରବ୍ୟୁନାଲଙ୍କ ଆଦେଶ ଅନୁପାଳନ କରିବାକୁ ଯାଇ ଦିଲ୍ଲୀ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ୨୦୨୨ ଜାନୁଆରୀ ପହିଲାରୁ ୧୦ ବର୍ଷ ପୂରଣ କରିସାରିଥିବା ଡିଜେଲ ଗାଡିଗୁଡକର ପଞ୍ଜିକରଣ ପ୍ରତ୍ୟାହାର କରିନିଆଯିବ। ଏଥିସହିତ ଗାଡି ମାଲିକମାନଙ୍କୁ ଆପତ୍ତି ନଥିବା ପ୍ରମାଣପତ୍ର ପ୍ରଦାନ କରାଯିବ। ଯଦ୍ଦ୍ୱାରା ସେମାନେ ଚାହିଁଲେ ଉକ୍ତ ଗାଡିକୁ ଅନ୍ୟତ୍ର ପୁନଃ ପଞ୍ଜିକରଣ କରିପାରିବେ। କିନ୍ତୁ ଯେଉଁ ଡିଜେଲ ଗାଡିଗୁଡିକ ୧୫ ବର୍ଷ ପୂରଣ କରିସାରିଛି, ସେଗୁଡିକୁ ଆଉ ଆପତ୍ତି ନଥିବା ପ୍ରମାଣପତ୍ର ଦିଆଯିବ ନାହିଁ। ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଏନସିଆର ଅଞ୍ଚଳରେ ୧୦ ବର୍ଷରୁ ଅଧିକ ପୁରାତନ ଡିଜେଲ ଚାଳିତ ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଚାଳିତ ଗାଡିଗୁଡିକର ପଞ୍ଜିକରଣ ଉପରେ କଟକଣା ଲଗାଇବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଦେଶ ଦେଇଥିଲେ। ଏହା ପରେ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଆଦେଶକୁ କଡାକଡି ଭାବରେ ପାଳନ କରାଯିବ ଏବଂ ଏହିଭଳି ଗାଡିଗୁଡିକର ପଞ୍ଜିକରଣ ପ୍ରତ୍ୟାହାର ପ୍ରକ୍ରିୟା ୨୦୨୨ ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories