www.samajalive.in
Tuesday, December 9, 2025
16.1 C
Bhubaneswar

ଇଣ୍ଡିଆ ପୋଷ୍ଟ ବ୍ୟାଙ୍କରେ ଏଣିକି ଟଙ୍କା ଜମା ପାଇଁ ଦେୟ ଲାଗିବ

ନୂଆଦିଲ୍ଲୀ: ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (ଆଇପିପିବି)ରେ ୨୦୨୨ ଜାନୁଆରୀ ୧ ତାରିଖ ଠାରୁ ଟଙ୍କା ଜମା କରିବା ଏବଂ ଉଠାଇବା ଲାଗି ଦେୟ ଦେବାକୁ ପଡିବ । ଜଣେ ଗ୍ରାହକଙ୍କ ନିମନ୍ତେ ମୌଳିକ ସଞ୍ଚୟ ଜମା ଖାତା କ୍ଷେତ୍ରରେ ମାସକୁ ଚାରିଥର ଟଙ୍କା ଉଠାଣ ମାଗଣାରେ କରିପାରିବେ ଏବଂ ତାହା ପରେ ଉଠାଉଥିବା ଟଙ୍କା ମୂଲ୍ୟର ୦.୫୦% ଏବଂ ଅନ୍ୟୂନ ୨୫ ଟଙ୍କା ତାଙ୍କୁ ପ୍ରତିଥର ଟଙ୍କା ଉଠାଇବା ପାଇଁ ଦେବାକୁ ହେବ । ମୌଳିକ ସଞ୍ଚୟ ଜମା ଖାତାରେ ଯେକୌଣସି ପରିମାଣର ଟଙ୍କା ଜମା କଲେ କୌଣସି ଦେୟ ଦେବାକୁ ପଡିବ ନାହିଁ । ତେବେ ମୌଳିକ ସଞ୍ଚୟ ଖାତା ବ୍ୟତୀତ ଅନ୍ୟ ଯେକୌଣସି ସଞ୍ଚୟ ଖାତା ଓ କରେଣ୍ଟ ଆକାଉଣ୍ଟରେ ମାସକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଣ ନିମନ୍ତେ କୌଣସି ଦେୟ ପଡିବ ନାହିଁ । ତାହାପରେ ଉଠାଉଥିବା ଟଙ୍କାର ୦.୫୦% ଏବଂ ଅନ୍ୟୂନ ୨୫ ଟଙ୍କା ପ୍ରତି ଥର ଉଠାଣ ନିମନ୍ତେ ଦେବାକୁ ହେବ । ଏହି ଆକାଉଣ୍ଟଗୁଡିକରେ ମାସକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଜମା କରାଯାଇପାରିବ । ତାହାପରେ ଜମା କରାଯାଉଥିବା ଟଙ୍କା ମୂଲ୍ୟର ୦.୫୦% ଏବଂ ଅନ୍ୟୁନ ୨୫ ଟଙ୍କା ପ୍ରତିଥର ଜମା କରିବା ନିମନ୍ତେ ପୈଠ କରିବାକୁ ହେବ । ସେହିଭଳି ଜାନୁଆରୀ ପହିଲାରୁ ସୁଧହାର ମଧ୍ୟ ପରିବର୍ତ୍ତନ କରାଯାଇଛି । ଜମାଖାତାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରାଶି ଉପରେ ସୁଧ ବାର୍ଷିକ ୨.୫% ଏବଂ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ମଧ୍ୟରେ ୨.୭୫% ସୁଧ ମିଳିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories