ଗ୍ୟାସ୍ ଏଜେନ୍ସୀ କର୍ମଚାରୀଙ୍କଠାରୁ ୧ ଲକ୍ଷ ଲୁଟିନେଲେ ୩ ଦୁର୍ବୃତ୍ତ
ରାଉରକେଲା: ରାଉରକେଲା ସେକ୍ଟର ୯ ଅଞ୍ଚଳରୁ ସୋମବାର ଲୁଟ୍ ହୋଇଛି। ଜଣେ ଗ୍ୟାସ ଏଜେନ୍ସୀ କର୍ମଚାରୀ ଲୁଟ୍ର ଶିକାର ହୋଇଥିବା ଜଣାପଡ଼ିଛି। କର୍ମଚାରୀ ଜଣକ ଟଙ୍କା ନେଇ ଯାଉଥିବାବେଳେ ୩ ଦୁର୍ବୃତ୍ତ ବାଇକରେ ଆସି ଅଟକାଇଥିଲେ। ପରେ ତାଙ୍କୁ ମାରଣାସ୍ତ୍ରରେ ଭୟଭୀତ କରାଯାଇ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.