www.samajalive.in
Friday, December 5, 2025
17.1 C
Bhubaneswar

ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ; ୫ ନାଗରିକଙ୍କ ମୃତ୍ୟୁ, ୪ ଆତଙ୍କୀ ନିପାତ

ଇସଲାମାବାଦ: କରାଚୀରେ ଥିବା ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ୪ ବନ୍ଧୁକଧାରୀ ଆତଙ୍କବାଦୀ ଷ୍ଟକ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ପଶି ଆଖିବୁଜା ଗୁଳିଚାଳନା କରିବାରୁ ୫ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ପୁଲିସ ଗୁଳିରେ ୪ ଆତଙ୍କୀ ନହିତ ହୋଇଥିବା ଏଆରୱାଇ ନ୍ୟୁଜ ରିପୋର୍ଟରୁ ସୂଚନା ମିଳିଛି। କରାଚୀ ପୁଲିସ ଆଇଜିଙ୍କ ସୂଚନା ଅନୁସାରେ, ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସମସ୍ତ ଆତଙ୍କବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ଯବାନ ଏବଂ ପୁଲିସ କର୍ମଚାରୀମାନେ କାର୍ଯ୍ୟାଳୟରେ ପ୍ରବେଶ କରି ସର୍ଚ୍ଚ ଅପରେଶନ ଚଳାଇଛନ୍ତି।

ସୂଚନା ଅନୁସାରେ, ସୋମବାର ପୂର୍ବାହ୍ନରେ ଆତଙ୍କବାଦୀମାନେ ପ୍ରଥମେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ କୋଠାର ମୁଖ୍ୟ ଗେଟ୍‌ ନିକଟକୁ ଗ୍ରେନେଡ ମାଡ଼ କରିଥିଲେ। ଗ୍ରେନେଡ ବିସ୍ଫୋରଣ ହେବା ପରେ ସେମାନେ କୋଠା ଭିତରକୁ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ପୁଲିସ କର୍ମଚାରୀ ଏବଂ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ ଆହତ ହୋଇଥିବା ଜଣାପଡ଼ିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories