www.samajalive.in
Sunday, December 7, 2025
26.1 C
Bhubaneswar

ସାବଧାନ! ଏମିତି ଗାଡି ଚଳାଇଲେ କଟିବ ୨୫ହଜାର ଚାଲାଣ

ନୂଆଦିଲ୍ଲୀ: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜୁନ ୧ରୁ ନୂଆ ନିୟମ ଲାଗୁ କରାଯାଇଛି। ଏଥିରେ ଦ୍ରୁତ ଗତିରେ ଗାଡି ଚଳାଇବା ପାଇଁ ଭାରି ମାତ୍ରାରେ ଜୋରିମାନା ଦେବାକୁ ପଡିବ। ନିୟମ ଅନୁଯାୟୀ ଯଦି କେହି ଦ୍ରୁତ ବେଗରେ ଗାଡି ଚଳାନ୍ତି, ତେବେ ତାଙ୍କୁ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ।
ରିପୋର୍ଟ ଅନୁଯାୟୀ ଗାଡି ଚଳାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ନାବାଳକ ଗାଡି ଚଳାଉଛନ୍ତି ତେବେ ତାଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ। ୧୮ବର୍ଷରୁ କମ ବୟସର ପିଲା ଗାଡି ଚଳାଉଥିବା ଦେଖାଗଲେ ସେମାନଙ୍କୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ। ଏହାସହିତ ଗାଡି ମାଲିକଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ ଏବଂ ନାବାଳକଙ୍କୁ ୨୫ବର୍ଷ ନହେବା ପର୍ଯ୍ୟନ୍ତ ଲାଇସେନ୍ସ ଦିଆଯିବ ନାହିଁ। ଏଠାରେ କହି ରଖୁ କି ସାଧାରଣତଃ ୧୮ବର୍ଷ ପୂରଣ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଥାଏ। ୧୬ବର୍ଷ ହେବା ପରେ ୫୦ ସିସି କ୍ଷମତା ବିଶିଷ୍ଟ ମୋଟର ସାଇକେଲ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ। ଏହାପରେ ୧୮ବର୍ଷ ହେବା ପରେ ସେହି ଲାଇସେନ୍ସକୁ ଆପଣ ଅପଡେଟ୍‌‌ କରିପାରିବେ।
ଦ୍ରୁତ ଗତିରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ବିନା ଲାଇସେନ୍ସରେ ଗାଡି ଚଳାଇବା ପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ସେହିପରି ହେଲମେଟ୍‌‌ ନପିନ୍ଧି ଗାଡି ଚଳାଇଲେ ଏବଂ ସିଟ୍‌‌ ବେଲ୍ଟ ନପିନ୍ଧି ଗାଡି ଚଳାଉଥିଲେ ୧୦୦ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିବ।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories