www.samajalive.in
Sunday, December 7, 2025
26.1 C
Bhubaneswar

ଗଞ୍ଜାମ ପ୍ରେସ କ୍ଲବ ଓ ଦିଗଦର୍ଶନ ୟୁଥ କ୍ଲବ ପକ୍ଷରୁ ଉତ୍କଳଦିବସ ପାଳିତ

ଗଞ୍ଜାମ: ଗଞ୍ଜାମ ପ୍ରେସକ୍ଳବ ଏବଂ ଦିଗଦର୍ଶନ ୟୁଥ କ୍ଲବ ମିଳିତ ଆନୁକୂଲ୍ୟରେ ଗଂଜାମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟା ମାନେ ସହରର ମଧ୍ୟଖଣ୍ଡ ସାହି ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଭାରତୀ ବିଦ୍ୟାପୀଠରେ ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରି କରିଥିଲେ। ପ୍ରେସକ୍ଳବ ଉପଦେଷ୍ଟା ତଥା ଦିଗଦର୍ଶନ ୟୁଥକ୍ଳବ ସଭାପତି ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଯେଉଁ ମହାପୁରୁଷ ମାନଙ୍କ ଭୂମିକା ରହିଥିଲା ସେହିମାନଙ୍କ ଗୁଣଗାନ କରାଯିବା ସହ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରେସକ୍ଳବ ସଭାପତି ଶବର କୁମାର ତରାଇ, ସମ୍ପାଦକ ବିଦ୍ୟାଧର ସାହୁ,ବଟକୃଷ୍ଣ ରାଉଳ, ଭାରତୀ ବିଦ୍ୟାପୀଠ ର କ୍ଲର୍କ ହରିହର ବାରିକ ପ୍ରମୁଖ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିବା ସହ ଉତ୍କଳ ର ସେହି ମହାନ ଜନ ନାୟକଙ୍କ ଆଦର୍ଶରେ ଓଡ଼ିଶାବାସୀ ଅନୁପ୍ରାଣିତ ହୋଇ ଏକ ସମୃଦ୍ଧ ଓଡିଶା ଗଠନ କରିବାକୁ ମତବ୍ୟକ୍ତ କରିଥିଲେ। ୟୁଥକ୍ଳବ ସମ୍ପାଦିକା ତଥା ସ।ମ୍ବାଦିକ ବିଜୟଲକ୍ଷ୍ମୀ ମହାଙ୍କୁଡ଼,
କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା,ରାକେଶ ରଞ୍ଜନ ଦାସ, ଛବିଲାଲ ସାହୁ,ୟୁଥ କ୍ଳବ ସହ ସମ୍ପାଦକ ସୁଦର୍ଶନ ପାଢ଼ୀ, ଉପସଭାପତି ରାକେଶ କୁମାର ନାୟକ,ପ୍ରେସ କ୍ଳବ ଉପ ସଭାପତି ମୁରଲୀ ପ୍ରଧାନ,ୟୁଥ କ୍ଳବ ସହ ସମ୍ପାଦକ ନିରଞ୍ଜନ ପରିଡା,କେ.ରଜନୀକାନ୍ତ ରେଡି,ନୀଳାଞ୍ଚଳ ସେନାପତି,ବନବାସୀ ସେଠି ପ୍ରମୁଖ ପ୍ରେସ କ୍ଳବ ଓ ୟୁଥକ୍ଳବ କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories