ଯାତ୍ରା ଦେଖି ଫେରିବା ବାଟରେ ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭବାନୀପାଟଣା : କଳାହାଣ୍ଡିର ବିଜେପୁର ଥାନା ଅଞ୍ଚଳରେ ଦୁଇ ଜଣ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗତ ୧୬ ତାରିଖ ବେତିଆପଡ଼ା ଗାଁର ତିନି ଜଣ ଯୁବତୀ ବେନଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ । ସେଠାରୁ ଗାଁକୁ ଫେରିବା ବାଟରେ ପାଜି ବାହିଲୀ ଗାଁ ପାଖ ପୋଲରେ ତିନି ଚାରି ଜଣ ଯୁବକ ସେମାନଙ୍କୁ ଅଟକାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହେଇଛି । ଆଜି ସେହି ପୀଡ଼ିତା ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟ ରୁ ସୁମନ୍ତ ନାଏକ ଏବଂ ରାହୁଲ ନାଏକକୁ ସେମାନେ ଚିହ୍ନିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଦୁଇଜଣ ପୀଡ଼ିତା ଆଜି ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ବିଜେପୁର ଥାନା ପୁଲିସ ତିନି ପିଡୀତାଙ୍କୁ ଡାକ୍ତରୀ ମଇନା ପାଇଁ ପଠାଇ ଘଟଣାର ତଦନ୍ତ କରୁଛି । ଥାନା ଅଧିକାରୀ ଲିଙ୍ଗରାଜ ସେଠୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Comments are closed.