www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟପାଳଙ୍କ ଦ୍ବାରା ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ପୁରୀ :  ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା କର୍ମଶାଳା ଏବଂ ଅଷ୍ଟାଦଶ ବାର୍ଷିକ ଉତ୍ସବ ବୁଧବାର ପୁରୀରେ ଅନୁଷ୍ଠିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାହାକୁ ଉଦ୍‌ଘାଟନ କରିଛନ୍ତି। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲା ପରିଷଦ ସଭାପତି ସ୍ବପ୍ନାରାଣୀ ସ୍ବାଇଁ, ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର ଏବଂ ନାଟ୍ୟକାର ପ୍ରସନ୍ନ କୁମାର ମିଶ୍ର ସେଥିରେ ଅତିଥି ଭାବେ ଯୋଗ ଦେଇଥିଲେ। କଲେଜ ପରିଚାଳନା କମିଟି ସଭାପତି ଭକ୍ତଚରଣ ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।

କଲେଜ ଅଧ୍ୟକ୍ଷ ଡ. ଦୁର୍ଗାମାଧବ କର କାର୍ଯକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଡ. ଅନନ୍ତ ଚରଣ ସାହୁ, ଅଧ୍ୟାପକ ସୁନାରାମ ସିଂହ, ଓଡ଼ିଶୀ କଣ୍ଠଶିଳ୍ପୀ ଶକ୍ତିପ୍ରସାଦ ନାୟକ, ସାମ୍ବାଦିକ ଅକ୍ଷୟ କୁମାର ମିଶ୍ର ଏବଂ ଶ୍ୟାମ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କଲେଜର ନୂତନ ଗୃହ ନିର୍ମାଣ ପାଇଁ ରାଜ୍ୟପାଳ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଶା ସଙ୍ଗୀତ ପରିଷଦ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ। କବି ଶିବ ସୁନ୍ଦର ମିଶ୍ର ଏବଂ ଶ୍ୟାମପ୍ରକାଶ ସେନାପତି ସଂଯୋଜନା କରିଥିଲେ। ପରିଷଦ ଛାତ୍ର ଛାତ୍ରୀଙ୍କ ଦ୍ବାରା ପ୍ରାରମ୍ଭିକ  ସଙ୍ଗୀତ ଗାନ କରାଯାଇ ଥିଲା। ଶେଷରେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories