www.samajalive.in
Tuesday, December 9, 2025
15.1 C
Bhubaneswar

୫୦ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ ରିଆତି ହଟାଇଲା ଆମେରିକା

ୱାଶିଂଟନ୍‍: ଭାରତ ପୁଣି ଆମେରିକାର ଆକ୍ରୋଶର ଶିକାର ହୋଇଛି। ବିଦେଶରୁ ଆମଦାନୀ ହେଉଥିବା ୯୦ଟି ସାମଗ୍ରୀ ଉପରେ ଆମେରିକା ନିଜର କୋହଳ ରିଆତି ନୀତିକୁ ପ୍ରତ୍ୟାହାର କରି ନେଇଛି। ଏହାଭିତରେ ୫୦ଟି ଭାରତୀୟ ସାମଗ୍ରୀ ରହିଛି। ଏହାପରେ ଭାରତୀୟ ସାମଗ୍ରୀ ଆମେରିକାର ମହଙ୍ଗା ହେବ ଓ ଭାରତୀୟ ରପ୍ତାନିକାରୀମାନେ କ୍ଷତି ସହିବେ। ରିଆତି ପ୍ରତ୍ୟାହାର କରାଯାଇଥିବା ସାମଗ୍ରୀ ୫୦ଟି ଭାରତୀୟ ସାମଗ୍ରୀ ମଧ୍ୟରେ ହସ୍ତତନ୍ତ ଓ କୃଷିଜାତ ସାମଗ୍ରୀ ଥିବା ଜଣାପଡ଼ିଛି। ଜେନେରାଲାଇଜ୍‍ଡ ସିଷ୍ଟମ୍‍ ପ୍ରିଫେରେନ୍ସ(ଜିଏସପି) ନୀତି ଅଧୀନରେ ଆମେରିକା ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଥିବା ବେଳେ ନଭେମ୍ବର ୧ରୁ ଏହା କାର୍ଯ୍ୟକାରୀ ହେବ। ଯୋଜନା ସମୀକ୍ଷା ବେଳେ ଭାରତୀୟ ସାମଗ୍ରୀକୁ ବାଦ୍‍ ନ ଦେବା ପାଇଁ ଗତ ଜୁନ୍‍ ମାସରେ ଭାରତ ଆମେରିକାକୁ ଅନୁରୋଧ କରିଥିଲେ ହେଁ ଭାରତର ଅନୁରୋଧକୁ ଆମେରିକାର ପ୍ରତ୍ୟାଖ୍ୟାନ କରିଛି।
ଆମେରିକାର ଏହି ସଦ୍ୟ ଘୋଷଣା ପରେ ଭାରତ ସମେତ ଆର୍ଜେଣ୍ଟିନା, ବ୍ରାଜିଲ,ଥାଇଲ୍ୟାଣ୍ଡ, ପାକିସ୍ତାନ, ତୁର୍କୀ, ଫିଲିପାଇନ୍ସ ପରି ଦେଶ କ୍ଷତିଗ୍ରସ୍ତ ହେବେ। ଜିପିିଏସ୍‍ ଅଧୀନରେ ଆମେରିକା ୨୦୧୭ରେ ମୋଟ ୨୧.୨ ବିଲିଅନ୍‍ ଡଲାରର ସାମଗ୍ରୀ ଆମଦାନୀ କରିଥିବା ବେଳେ ସେଥିରେ ଭାରତର ଅବଦାନ ୫.୬ବିଲିୟନ ଡଲାର ଥିଲା। ଭାରତ ପଛକୁ ଥାଇଲ୍ୟାଣ୍ଡ ଓ ବ୍ରାଜିଲ୍‍ ଏହି ଯୋଜନାରେ ସର୍ବାଧିକ ଉପକୃତ ହୋଇଥିଲେ। ୨୦୨୦ ଡିସେମ୍ବର ୩୧ ତାରିଖରେ ପୁଣି ଥରେ ଏହି ଯୋଜନାର ସମୀକ୍ଷା ହେବାକୁ ଥିବାରୁ ସେ ପର୍ଯ୍ୟନ୍ତ ଭାରତ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରେ ବୋଲି କୁହାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories