୫୦୦ବର୍ଷ ପୂର୍ବେ ମୃତ ଶରୀରରୁ ଆଜିବି ବାହାରୁଛି ରକ୍ତ

0

ନୂଆଦିଲ୍ଲୀ: ଆଜି ମଧ୍ୟ ଆମ ପୃଥିବୀରେ ଏଭଳି ଏକାଧିକ ରହସ୍ୟ ରହିଛି ଯାହାକୁ ବୈଜ୍ଞାନିକ ଯୁକ୍ତିରେ ପ୍ରମାଣିତ କରିବା ଅସମ୍ଭବ। ଏଭଳି ଏକ ରହସ୍ୟମୟୀ ଝିଅ ସମଗ୍ର ବିଶ୍ୱର ଡାକ୍ତରୀ ଶାସ୍ତ୍ରକୁ ଭୁଲ ପ୍ରମାଣିତ କରିଦେଇଛି।ବୈଜ୍ଞାନିକଙ୍କ ମତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶରୀରରେ ଥିବା ତାପମାତ୍ରାର ହ୍ରାସ ହେବା ସହ ଶରୀର ମଧ୍ୟରେ ପ୍ରବାହିତ ରକ୍ତ ଜମି ଯାଏ। କିନ୍ତୁ ଏଭଳି ପ୍ରକ୍ରିୟାକୁ ଭୁଲ ପ୍ରମାଣିତ କରିଛି ୫୦୦ ବର୍ଷ ପୂର୍ବେ ମୃତ ୧୫ବର୍ଷର ବାଳିକା। ୧୯୯୯ରେ ଆର୍ଜେଣ୍ଟିନାର ଆଗ୍ନେୟ ଗିରିର ଧ୍ୱଂସାବଶେଷ ତଳେ ୧୫ ବର୍ଷର ଏହି ବାଳିକାକୁ ଉଦ୍ଧାର କରାଯାଇ ଥିଲା। ମୃତଦେହକୁ ଦେଖି ଲାଗୁ ନଥିଲା କି ଏହା ୫୦୦ ବର୍ଷ ପୂର୍ବର ଶରୀର ବରଂ କିଛି ଦିନ ମଧ୍ୟରେ ମୃତ ଜଣେ ବାଳିକାର ଶରୀର। ବାଳିକାର ଶରୀରରେ ମୂଲ୍ୟବାନ ପୋଷାକ ସହ ଦେହରରେ ସୁନା ଓ ରୂପାର ଗହଣା ମଧ୍ୟ ଉଦ୍ଧାର କରାଯାଇ ଥିଲା। ମୃତଦେହକୁ ପରୀକ୍ଷା କରିବା ବେଳେ ଶରୀର ମଧ୍ୟରେ ରକ୍ତର ଉପସ୍ଥିତି ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କେବଳ ରକ୍ତ କାହିଁକି ଶରୀରରେ ଚମଡ଼ା ଓ ଅନ୍ୟାନ୍ୟ ଅଙ୍ଗ ମଧ୍ୟ ସତେଜ ଥିବା ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଥିଲା। ବାଳିକାର ଲମ୍ବା ଘନ କଳା ବାଳରେ ଉକୁଣୀର ଉପସ୍ଥିତି ମଧ୍ୟ ଡାକ୍ତରଙ୍କୁ ଚକିତ କରିଥିଲା। ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ତାପମାତ୍ର କମ୍‍ ଥିବାରୁ ଶରୀର ଅକ୍ଷତ ରହିବା ସହ ସତେଜ ରହିଛି ବୋଲି ବୈଜ୍ଞାନିକ ଯୁକ୍ତି ଉପସ୍ଥାପନ କରୁଥିବାବେଳେ ଆଜି ପର୍ଯ୍ୟନ୍ତ ରକ୍ତ ପ୍ରବାହ କିପରି ହେଉଛି ଏହାକୁ ନେଇ ପରୀକ୍ଷା ନିରିକ୍ଷା ଚାଲିଛି। ଏଭଳି ପରୀକ୍ଷା ସମୟରେ ଆଉ ଏକ ତଥ୍ୟ ବୈଜ୍ଞାନିକଙ୍କୁ ବିଳଚିତ କରିଥିଲା। ବାଳିକା ଦେହରୁ ପ୍ରବାହିତ ରକ୍ତରେ ଟିବି ରୋଗର ବ୍ୟାକଟେରିଆର ଉପସ୍ଥିତି ପ୍ରମାଣିତ ହୋଇଛି।

Leave A Reply