BJD Bijuli 480×75 Mob

୨୦ଦିନରେ ଅମଲାଙ୍କ ଆନ୍ଦୋଳନ

BJD Bijuli 480×75 Mob
0

ଭୁବନେଶ୍ୱର: ଅମଲା ଓ ସେକ୍‍ସନ୍‍ ଅଫିସର ସଂଘ ପ୍ରତିନିଧି ଦଳଙ୍କ ସହ ମୁଖ୍ୟସଚିବଙ୍କ ଆଲୋଚନା ବିଫଳ ହୋଇଛି। ପଦର୍ବିନ୍ୟାସ ନେଇ ମୁଖ୍ୟମନ୍ତ୍ରୀଙ୍କ ବିଜ୍ଞପ୍ତି ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଉପଦେଷ୍ଟା ମଧୁସୂଦନ ମଲ୍ଲିକ ପ୍ରକାଶ କରିଛନ୍ତି।
ଅମଲା ସଂଘ ସାଧାରଣ ସମ୍ପାଦକ ସୁଧାଂଶୁ ପାତ୍ର କହିଛନ୍ତି ଯେ ବୁଧବାର ଉଭୟ ସଂଘର ୧୦ଜଣ ପ୍ରତିନିଧି ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। କନିଷ୍ଠ ସହାୟକ ଓ ବରିଷ୍ଠ ସହାୟକ ପଦର୍ବିନ୍ୟାସ କରାଯାଇ ସହକାରୀ ପ୍ରଶାସନିକ ଅଧିକାରୀ ପଦ ସୃଷ୍ଟି ପାଇଁ ଏକ କମିଟି ଗଠନ କରାଯିବ ଏବଂ କମିଟି ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି। ଶୁକ୍ରବାର ସଂଘର ସାଧାରଣ ପରିଷଦ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।
ସଂଘର ଉପଦେଷ୍ଟା ମଧୁସୂଦନ ମଲ୍ଲିକ, ପ୍ରଭାତ ମହାନ୍ତି, ଅମଲା ସଂଘ ସଭାପତି ମିହିର ନାରାୟଣ ଜେନା, ସେକ୍‍ସନ୍‍ ଅଫିସର ସଂଘ ସଭାପତି ସୁବ୍ରତ ପୃଷ୍ଟି, ସୁଧାଂଶୁ ପାତ୍ର, ଅନନ୍ତ ପ୍ରଧାନ, ମିନାକ୍ଷୀ ମହାପାତ୍ର, ରଶ୍ମିରଞ୍ଜନ ପାଢ଼ୀ, ସଞ୍ଜିତା ପଣ୍ଡା ପ୍ରମୁଖ ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ବିଭାଗୀ ମୁଖ୍ୟଦପ୍ତର କ୍ୟାଡର ପୁନର୍ଗଠନ ନଥିକୁ ବିକଳାଙ୍ଗ କରାଯାଇଛି। ଏହାର ପୁନଃବିଚାର ପାଇଁ ସାଧାରଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିବା ସଂଘ ଅଭିଯୋଗ କରିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ପୁନର୍ଗଠନ ନିର୍ଦେଶକୁ ଅବିକଳ ପ୍ରକାଶ ପାଇଁ ସଂଘ ଦାବି କରିଛି।

Leave A Reply