ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ

0

ରାଞ୍ଚି: ଝାଡଖଣ୍ଡର ମାଓ ପ୍ରଭାବିତ ଲାତହାର ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଲାତହାର ଜିଲାର ଭାର୍ଗବରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୫ ମାଓବାଦୀ ନିହତ ହୋଇଛନ୍ତି। ସୁରକ୍ଷା କର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଚାଲିଥିବାବେଳେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପୁଲିସ ସେଠାରୁ ଦୁଇଟି ଏକେ ୪୭ ରାଇଫଲ ଜବତ କରିଛି। ଏଥିସହ ସେହି ଅଞ୍ଚଳରେ ପୁଲିସର ସନ୍ଧାନୀ ଅଭିଯାନ ଚାଲୁ ରହିଛି।

Leave A Reply