BJD Bijuli 480×75 Mob

ସାଫ୍‍ ସୁଜୁକି କପ୍‍ ପୁରୁଷ ଫୁଟବଲ: ଶ୍ରୀଲଙ୍କାକୁ ୨-୦ରେ ହରାଇଲା ଭାରତ

BJD Bijuli 480×75 Mob
0

ଢାକା: ବୁଧବାରଠାରୁ ଏଠାରେ ସାଫ୍‍ ସୁଜୁକି କପ୍‍ ପୁରୁଷ ଫୁଟବଲ ଚମ୍ପିଆନସିପ୍‍ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରଥମ ମ୍ୟାଚରେ ଭାରତ ୨-୦ ଗୋଲରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ମୁଖ୍ୟତଃ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା। ପ୍ରଥମାର୍ଦ୍ଧର ୪, ୧୧ ଓ ୧୩ ମିନିଟରେ ଭାରତକୁ ଗୋଲ ଦେବାର ସୁବର୍ଣ୍ଣ ସୁଯୋଗ ମିଳିଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ୩୪ ମିନିଟରେ ଆଶିକ୍‍ କୁରୁନିୟାନ୍‍ ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ଦ୍ୱିତୀୟାର୍ଦ୍ଧର ୪୭ ମିନିଟରେ ଲାଲରିନ୍‍ଜୁଆଲା ଚାଙ୍ଗ୍‍ଟେ ଚମତ୍କାର ଗୋଲ ଦେବାରୁ ଏହି ବ୍ୟବଧାନ ୨-୦କୁ ବୃଦ୍ଧି ପାଇଥିଲା। ୬୬ ମିନିଟରେ ଭାରତକୁ କର୍ଣ୍ଣର କିକ୍‍ ମିଳିଥିଲା। ତେବେ ଥାପ୍ପା ଏହାକୁ ଗୋଲରେ ପରିବର୍ତ୍ତନ କରି ପାରିନଥିଲେ। ରବିବାର ଭାରତ ୨ୟ ମ୍ୟାଚରେ ମାଳଦ୍ୱୀପକୁ ଭେଟିବ।

Leave A Reply