www.samajalive.in
Sunday, December 7, 2025
23.1 C
Bhubaneswar

‘ସମ୍ବାଦପତ୍ରକୁ ଗୌଣ କରି ଓଡ଼ିଶାର ବିକାଶ ଅସମ୍ଭବ’ ଜାତୀୟ ମିଡ଼ିଆ ଏକ୍ସପୋ

ଭୁବନେଶ୍ୱର: ଗଣମାଧ୍ୟମ ମଧ୍ୟରେ ଛାପା ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜି ବି ସାଧାରଣ ଜନତା ଖବରକାଗଜ ଉପରେ ଅଧିକ ବିଶ୍ୱାସ କରୁଛନ୍ତି। ରାଜ୍ୟର ବିକାଶରେ ସାମ୍ବାଦିକ ଓ ସମ୍ବାଦପତ୍ରର ଅବଦାନ ଅନସ୍ୱୀକାର୍ଯ୍ୟ। ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନରେ ସେତେବେଳେ ପ୍ରକାଶିତ ଖବରକାଗଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ସମ୍ବାଦପତ୍ରକୁ ଗୌଣକରି ଓଡ଼ିଶାର ବିକାଶ ଅସମ୍ଭବ ବୋଲି ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ମିଡି଼ଆ ଫୋରମ ପକ୍ଷରୁ ଆୟୋଜିତ ଓଡ଼ିଶା ମିଡ଼ିଆ କନକ୍ଲେଭ ଓ ଜାତୀୟ ମିଡ଼ିଆ ଏକ୍ସପୋ ଉଦ୍‍ଘାଟନ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି।
ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଜଣେ ସାମ୍ବାଦିକ ସବୁ ଜ୍ଞାନର ଅଧିକାରୀ ହେବା ସହ ଭାଷା ଉପରେ ନିଜକୁ ମାର୍ଜିତ କରିବା ଦରକାର। ଘଟଣାକୁ ନିଜ ଆଖିରେ ନ ଦେଖିବା ଯାଏଁ ବିଶ୍ୱାସ କରିବା କଥା ନୁହେଁ କିମ୍ବା ନିଜ ରିପୋର୍ଟରେ ସ୍ଥାନିତ କରିବା କଥା ନୁହେଁ। ଭୁବନେଶ୍ୱର ମିଡ଼ିଆ ଫୋରମର ସାଧାରଣ ସମ୍ପାଦକ ପପୁ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅଧ୍ୟକ୍ଷ ପ୍ରଦୀପ ସାହା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଡ. ବିଭୁଦତ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଅଶୋକ ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ଚିନ୍ମୟୀ ପଣ୍ଡା, ମାନସୀରାଣୀ ସୁନ୍ଦରାୟ, ସତ୍ୟବ୍ରତ ଲେଙ୍କା, କ୍ଷୀରେନ୍ଦ୍ର କୁମାର ନାୟକ, ପ୍ରମୋଦ କୁମାର ସାମଲ, ଜିତେନ୍ଦ୍ର ସାହୁଙ୍କ ସମେତ ୧୨ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ରାଜ୍ୟ ତଥା ଦେଶ ବିଦେଶର ବିଭିନ୍ନ ଭାଷାର ଖବରକାଗଜ, ପତ୍ରିକା ଆଦିର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିସହ ଫଟୋ ସାମ୍ବାଦିକ ଜିତେନ୍ଦ୍ର ମହାନ୍ତିଙ୍କ ଫଟୋ ମଧ୍ୟ ସ୍ଥାନିତ ହୋଇଥିଲା। ଏହି ପ୍ରଦର୍ଶନୀ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories