ସକାଳ ସାଢ଼େ ୯ଟାରେ ଅଫିସ୍ ପହଞ୍ଚିବାକୁ ନିର୍ଦେଶ
ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ୍ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି। ଗୃହ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲାପାଳଙ୍କୁ ଦିଆଯାଇଥିବା ନିର୍ଦେଶରେ କୁହାଯାଇଛି ଯେ ଭାରତ ବନ୍ଦ ଡ଼ାକରା ଯୋଗୁଁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଏଥିସହ ଗଣ୍ଡଗୋଳ ତଥା ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଏହା ପୂର୍ବରୁ ସମସ୍ତ ସରକାରୀ କର୍ମଚାରୀ ସକାଳ ସାଢ଼େ ୯ଟାରେ ଅଫିସ୍ରେ ପହଞ୍ଚିବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ ଜିଲାପାଳଙ୍କୁ କୁହାଯାଇଛି।