www.samajalive.in
Monday, December 15, 2025
15.1 C
Bhubaneswar

ଶୁକ୍ରାଣୁ ବୃଦ୍ଧି ଏବଂ ଚୁଟି ଝଡ଼ିବା ବନ୍ଦ କରିଥାଏ ପିଆଜ

ନୂଆଦିଲ୍ଲୀ : ତରକାରୀ ଏବଂ ସାଲାଡର ସ୍ୱାଦ ବୃଦ୍ଧି ପାଇଁ ପିଆଜ ବ୍ୟବହାର କରାଯାଇଥାଏ। ଖାଦ୍ୟରେ ପିଆଜ ନଥିଲେ ରୁଚେ ନାହିଁ। ତେବେ ପିଆଜ ପୁରୁଷଙ୍କ ପାଇଁ ଅନେକ ହିତକର। ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ ପିଆଜ ଖାଇଲେ ପୁରୁଷଙ୍କ ଶୁକ୍ରାଣୁରେ ବୃଦ୍ଧି ଘଟିଥାଏ ଓ ଏହା ଚୁଟି ଝଡ଼ିବାକୁ ରୋକିବାରେ ସହାୟକ ହୋଇଥାଏ। କେତେକ ଲୋକ ମୁଖ ଗନ୍ଧ ଯୋଗୁଁ ପିଆଜ ଖାଇବାକୁ ଭଲ ପାଆନ୍ତି ନାହିଁ। ହେଲେ ଏହାର ଉପକାରୀ ଗୁଣ ଜାଣିଲେ ପିଆଜ ଖାଇବାକୁ ନିଜକୁ ରୋକି ପାରିବେ ନାହିଁ। ଏଥିରେ ଆଣ୍ଟି-ଇପ୍ଲେମେଟ୍ରି, ଆଣ୍ଟି-ଆଲର୍ଜିକ୍‍ ଏବଂ ଆଣ୍ଟି-କୋର୍ସିନୋଜୋନିକ୍‍ ଗୁଣ ରହିଛି। ଏହାଦ୍ୱାରା ଅନେକ ପ୍ରକାର ରୋଗ ଭଲ ହୋଇଥାଏ। ତେଣୁ ପିଆଜ ଖାଇଲେ ଲୋକଙ୍କ ଆୟୁ ବୃଦ୍ଧି ଘଟିଥାଏ ବୋଲି ଅନେକ ସ୍ଥାନରେ ଲୋକକଥା ରହିଛି।
୧-ପିଆଜ ତ୍ୱଚାକୁ ଯବାନ ରଖିଥାଏ।
୨- ଶୁକ୍ରାଣୁ ତିଆରିରେ ବୃଦ୍ଧି ଘଟିଥାଏ।
୩- କେଶ୍‍ ଝଡ଼ିବା ବନ୍ଦ ହୋଇଥାଏ।
ଧଳା ପିଆଜ ଶୁକ୍ରାଣୁ ବୃଦ୍ଧି ପାଇ ସହାୟକ ହୋଇଥାଏ। ଧଳା ପିଆଜ, ଅଦା, ହଳଦୀ ଆଦି ବାଟି ରଶ ବାହାର କରି ପିଇଲେ ୨୧ ଦିନ ମଧ୍ୟରେ ନପୁଷକତା ଦୂର ହୋଇଥାଏ। ବିଶେଷ କରି ପିଆଜକୁ ବାଟି ଗୁଡ଼ ମିଶାଇ ଖାଇଲେ ଶୁକ୍ରାଣୁ ବଢିଥାଏ। ମଧୁମେହ ରୋଗୀଙ୍କ ପାଇଁ ପିଆଜ ଖାଇବା ଲାଭଦାୟକ ହୋଇଥାଏ। ଏହା ଖାଇବା ଦ୍ୱାରା ଶରୀରରେ ଇନସୁଲିନ୍‍ ତିଆରି ହୋଇଥାଏ। ପିଆର ରକ୍ତରେ ମଧୁର ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଥଣ୍ଡା ହେଲେ କିମ୍ବା ଖାସ ହେଲେ ପିଆଜ ରସ ଶହ ଗୁଡ଼ ମିଶାଇ ପିଇଲେ ଲାଭ ମିଳିଥାଏ। ସେହିପରି ପିଆଜ ଖାଇଲେ ରକ୍ତ ହିନତା ଦୂର ହୋଇଥାଏ। କଫ ହେଲେ ପିଆଜ ରସରେ ମିଶ୍ରି ମିଶାଇ ଚାଟିଲେ ଫାଇଦା ମିଳିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories